ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନୂଆଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କୋରାପୁଟ ଜିଲ୍ଲା ତଥା ଜଗଦଲପୁରରୁ ଭୁବନେଶ୍ୱର ଭାୟା ରାୟଗଡା ଏବଂ ବିଜୟନଗରମ୍ ଦେଇ ଆଉ ଏକ  ନୂତନ ଦ୍ରୁତଗାମୀ ରେଳ ସକାଳ ସମୟରେ ଚାଲୁ କରିବା ପାଇଁ ବାହିନୀପତି ଦାବି ପତ୍ର ଦେଇଛନ୍ତି। ଦୁଇ ଦିନ ତଳେ ବାହିନୀପତି ନୂଆଦିଲ୍ଲୀ ଗସ୍ତ କରି ପିୟୁଷ ଗୋୟଲଙ୍କୁ ଏହି ଦାବିପତ୍ର ଦେଇଛନ୍ତି।

ଏହି ଟ୍ରେନ ଚାଲିଲେ ଛତିଶଗଡ଼ ,କୋରାପୁଟ, ରାୟଗଡ଼ା, କଳାହାଣ୍ତି ତଥା ଆନ୍ଧ୍ର ପ୍ରଦେଶର ଲୋକେ ବିଶେଷ ଉପକୃତ ହେବେ ବୋଲି ଦାବିପତ୍ରରେ କହିଛନ୍ତି ବାହିନୀପତି। ଦାବି ପତ୍ର ପ୍ରଦାନ ସମୟରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ।

ଜୟପୁରଠାରୁ ରାଜଧାନୀ ଭବନେଶ୍ୱରକୁ  ୩୫ ଟି  ଘରୋଇ ବସ୍‌ ଓ ୧୦ ସରକାରୀ ବସ୍‌ ଯିବା ଆସିବା କରୁଛି। ଯୋଗାଯୋଗ ପାଇଁ ରେଳପଥ ହିଁ ଭଲ ମାଧ୍ୟମ ବୋଲି ବାହିନୀପତି କହିଛନ୍ତି।

Comment