ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଅହମ୍ମଦାବାଦ ଏବଂ ଆଗ୍ରା ବୁଲିଥିଲେ। ମଙ୍ଗଳବାର ବି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି।

ମଙ୍ଗଳବାର ସକାଳ ୧୦ଟାରେ ଟ୍ରମ୍ପ୍‌ ରାଷ୍ଟ୍ରପତି ଭବନ ଯିବେ। ସାଢ଼େ ୧୦ଟାରେ ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେବେ। ୧୧ଟାରେ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ ଯିବେ ଟ୍ରମ୍ପ୍‌। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ ହେବ।

ଭାରତ ଓ ଆମେରିକା ଭିତରେ ୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ହେବ। ଏହାପରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏହାପରେ ଟ୍ରମ୍ପ୍‌ ସିଇଓ ରାଉଣ୍ଡ ଟେବୁଲ ପାଇଁ ଆମେରିକା ଦୂତାବାସ ଯିବେ। ସନ୍ଧ୍ୟା ସାମେ ୭ଟାରେ ଟ୍ରମ୍ପ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ବୈଠକ କରିବେ। ରାତି ୧୦ଟାରେ ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନ ଯୋଗେ ସପରିବାର ଟ୍ରମ୍ପ୍‌ ଆମେରିକା ଫେରିଯିବେ।

Comment