ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜରାଟ ମୋଟେରା ଷ୍ଟାଡିୟମରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ବଲିଉଡର ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ନିଜ ଭାଷଣରେ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ଦିଲଓ୍ୱାଲେ ଦୁଲହନିଆଁ ଲେ ଜାୟେଙ୍ଗେ’ ଓ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସୋଲେ’ର ଖୁବ୍‌ ପ୍ରଶଂସା କରିଛନ୍ତି।

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଭାରତରେ ପ୍ରତିବର୍ଷ ୨୦୦୦ ହଜାର ଫିଲ୍ମ ନିର୍ମାଣ ହେଉଛି। ପିଲ୍ମର ମ୍ୟୁଜିକ, ଡ୍ୟାନ୍ସ ଲୋକଙ୍କ ମନକୁ ଛୁଇଁଛି। କେବଳ ବଲିଉଡ ନୁହେଁ କ୍ରିକେଟ କଥା ବି ଉଠାଇଛନ୍ତି ଟ୍ରମ୍ପ। ଭାରତ ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ଭଳି ଖେଳାଳି ବିଶ୍ୱକୁ ଦେଇଛି ବୋଲି ସେ କହିଛନ୍ତି।

ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ଟ୍ରମ୍ପ ବିଭିନ୍ନ କାର୍ଯ୍ୟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପ ଆଜି ଗୁଜରାଟରେ ସାବରମତୀ ଆଶ୍ରମ ବୁଲି ଦେଖିବାକୁ ସହିତ ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Comment