ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ସରକାରୀ ଗସ୍ତରେ ଭାରତ ଆସୁଛନ୍ତି। ସେ ସିଧାସଳଖ ଅହମ୍ମଦାବାଦ ବିମାନ ବନ୍ଦରରେ ସୋମବାର ପୂର୍ବାହ୍ନରେ ପହଞ୍ଚିବେ। ଟ୍ରମ୍ପ ତାଙ୍କ ଭାରତ ଗସ୍ତ ସମୟରେ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ମଧ୍ୟ ସାଙ୍ଗରେ ଆଣୁଛନ୍ତି। ଖାଲି ସେତିକି ନୁହେଁ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡ କୃଷ୍ନର ମଧ୍ୟ ଭାରତ ଆସୁଛନ୍ତି। ଟ୍ରମ୍ପଙ୍କ ସହିତ ଏକ ପ୍ରତିନିଧି ଦଳ ବି ଆସୁଛନ୍ତି। ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ଆଲୋଚନା ହେବ। ଟ୍ରମ୍ପ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ବି କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ରାତ୍ରଭୋଜ ଦିଆଯିବ।

ଆସନ୍ତୁ ଦେଖିବା ରାଷ୍ଟ୍ରପତି ଟ୍ରମ୍ପଙ୍କ ପୂରା ଗସ୍ତ କାର୍ଯ୍ୟସୂଚୀ।

ସୋମବାର ଦିନ ୧୧.୪୦

ରାଷ୍ଟ୍ରପତି ଟ୍ରମ୍ପ ପରିବାର ଲୋକ ଓ ପ୍ରତିନିଧିମାନଙ୍କ ସହ ଅହମ୍ମଦାବାଦସ୍ଥିତ ସର୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରେ ଅବତରଣ କରିବେ। ଏଠି କେବଳ ଫଟୋ ଉଠାଯିବ।

ମଧ୍ୟାହ୍ନ ୧୨ .୧୫

ଟ୍ରମ୍ପ ଏଠି ଥିବା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ପହଞ୍ଚିବେ।

ମଧ୍ୟାହ୍ନ ୧.୦୫

ମୋଟେରା ଷ୍ଟାଡିଅମରେ ଭବ୍ୟ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ।

ଅପରାହ୍‌ଣ ୩.୩୦

ଆଗ୍ରା ଅଭିମୁଖେ ବାହାରିବେ

ଅପରାହ୍‌ଣ ୪ .୪୫

ଆଗ୍ରାସ୍ଥିତ ଏୟାର ଫୋର୍ସ ଷ୍ଟେସନରେ ଓହ୍ଲାଇବେ

ଅପରାହ୍‌ଣ ୫ .୧୫

ତାଜମହଲ ବୁଲି ବାହାରିବେ।

ସନ୍ଧ୍ୟା ୬ .୪୫

ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ

ସନ୍ଧ୍ୟା ୭ .୩୦

ଦିଲ୍ଲୀ ପଲମ ବିମାନ ବନ୍ଦରରେ ଓହ୍ଲାଇବେ/ରାତ୍ରୀ ଯାପନ

ମଙ୍ଗଳବାର ସକାଳ ୧୦ଟା

ରାଷ୍ଟ୍ରପତି ଭବନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ

ସକାଳ ୧୦ .୩୦

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧି ଉପରେ ପୁଷ୍ପାଞ୍ଜଳି ଦେବେ

ଦିନ ୧୧ଟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାଇଦ୍ରାବାଦ ହାଉସରେ ବୈଠକ

ମଧ୍ୟାହ୍ନ ୧୨ .୪୦

ଯୁଗ୍ମ ସାମ୍ବାଦିକ ସମ୍ମିଳନୀ

ସନ୍ଧ୍ୟା ୭. ୩୦

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଲୋଚନା ଓ ରାତ୍ରୀ ଭୋଜନ

ରାତି ୧୦ଟା

ଆମେରିକା ପ୍ରତ୍ୟାବର୍ତ୍ତନ

Comment