ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ୩ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏନେଇ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୋଦୀ ଓ ଟ୍ରମ୍ପ।

ମାନସିକ ସ୍ୱାସ୍ଥ୍ୟ ସହ ମେଡିକାଲ ପ୍ରଡକ୍ଟ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥସହିତ ତୈଳ କାରବାର, ୨୧,୫୫୬ କୋଟି ଟଙ୍କାର ସାମରିକ ଚୁକ୍ତି ମଧ୍ୟ ହୋଇଛି। ସେହିପରି ନିଶା କାରବାର, ସଙ୍ଗଠିତ ଅପରାଧ, ଆତଙ୍କବାଦ ବିରୋଧରେ ମିଳିତ ଲଢ଼ିବାକୁ ଆଲୋଚନା ହୋଇଛି।

‘‘ଗତ ୩ ବର୍ଷ ମଧ୍ୟରେ ଭାରତ ଆମେରିକା ଦ୍ୱିପାକ୍ଷିକ ସଂପର୍କ ଦ୍ୱିଗୁଣିତ ହୋଇଛି। ଆର୍ଥିକ ସଂପର୍କ ମଜବୁତ ହୋଇଛି। ଟ୍ରମ୍ପଙ୍କ ନୀତି ଓ ସଂପର୍କଙ୍କ ପାଇଁ ଏହା ହୋଇପାରିଛି’’ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୋଦୀ।

ସେହିପରି ଟ୍ରମ୍ପ କହିଛନ୍ତି,‘‘ଦୁଇ ଦେଶ ମଧ୍ୟରେ ଆତଙ୍କବାଦ ଓ ସାଇବର ସୁରକ୍ଷା ନେଇ ଆଲୋଚନା ହୋଇଛି। ଭାରତରେ ଅଧିକ ମହିଳା ଉଦ୍ୟୋଗୀ ସୃଷ୍ଟି ପାଇଁ ଚେଷ୍ଟା ହେବ। ଭାରତ ଆମେରିକା ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢ଼ିବେ।’’

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଗସ୍ତ ସବୁବେଳେ ମନେ ରହିବ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ସ୍ୱାଗତ ଅଭିଭୂତ କରିଛି।

Comment