ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ମାର୍ଚ୍ଚ ୨୬ରେ ନିର୍ବାଚନ ହେବ। ୧୭ଟି ରାଜ୍ୟର ମୋଟ୍‌ ୫୫ଟି ଆସନ ପାଇଁ ହେବ ନିର୍ବାଚନ। ଏନେଇ ମାର୍ଚ୍ଚ ୬ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ମାର୍ଚ୍ଚ ୧୩ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ମାର୍ଚ୍ଚ ୨୬ ତାରିଖରେ ୫୫ ଜଣ ରାଜ୍ୟସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ସରିବ ନିର୍ବାଚନର ସମସ୍ତ ପ୍ରକ୍ରିୟା।

ଓଡ଼ିଶାର ୪ଟି ଆସନ ପାଇଁ ହେବ ନିର୍ବାଚନ। ସକାଳ ୯ଟାରୁ ଅପରାହ୍‌ଣ ୪ ମଧ୍ୟରେ ଭୋଟ ଗ୍ରହଣ ହେବା ସହ ସନ୍ଧ୍ୟା ୫ଟାରେ ଫଳାଫଳ ଘୋଷଣା ହେବ। ୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି।

Comment