ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିପର ଧକ୍କାରେ ବାଇକ ଚାଳକ ମୃତ। ଜୟପୁର ବୈପାରୀଗୁଡ଼ା ଥାନା ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତ ଭାତଡଙ୍ଗର ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନ୍ଦୁଗୁଡା ପଞ୍ଚାୟତ ପିଆଲକାନି ଗ୍ରାମର ଡମୁରୁ ପାଳିଗୁଡ଼ିଆଙ୍କ ପୁଅ ପରମାନନ୍ଦ ପାଳିଗୁଡ଼ିଆ ବାଇକ ଯୋଗେ ବୈପାରୀଗୁଡା ଅଭିମୁଖେ ଆସୁଥିଲେ।

ଏହି ସମୟରେ ବିପରୀତ ଦିଗରୁ ଯାଉଥିବା ଏକ ଟିପର ସହ ଧକ୍କା ଫଳରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ବୈପାରୀଗୁଡା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି।

Comment