ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଅଧୀନରେ ବିଭିନ୍ନ ପଦବୀରେ ମୋଟ୍‌ ୬୪ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୪ ତାରିଖରେ ଅନୁଷ୍ଠିତ ଓ୍ଵାକ୍ ଇନ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ।

ଫାର୍ମାସିଷ୍ଟ: (୧୨ଟି ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- ସରକାରୀ ତଥା ବେସରକାରୀ ସେକ୍ଟର (ବି.ଫାର୍ମା/ଡି.ଫାର୍ମା ଡିଗ୍ରୀ ସହ) ରୁ ଅବସର ନେଇଥିବା ଫାର୍ମାସିଷ୍ଟମାନେ ଆବେଦନ କରିପାରିବେ।
  • ଦରମା- ୪୪୮ ଟଙ୍କା (ପ୍ରତିଦିନ ହିସାବରେ)

ଷ୍ଟାଫ୍‌ ନର୍ସ: (୫୨ଟି ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- ସରକାରୀ ତଥା ବେସରକାରୀ ସେକ୍ଟର (ଜି.ଏନ୍‌.ଏମ୍‌/ବି.ଏସ୍‌ସି ନର୍ସିଂ) ରୁ ଅବସର ନେଇଥିବା ନର୍ସମାନେ ଆବେଦନ କରିପାରିବେ।
  • ଦରମା- ୪୪୮ ଟଙ୍କା (ପ୍ରତିଦିନ ହିସାବରେ)

ଯୋଗ ଶିକ୍ଷକ: (ଏମ୍ପାନେଲ୍‌ମେଣ୍ଟ ପାଇଁ)

  • ଶିକ୍ଷାଗତ ଯୋଗ୍ୟତା- ଯୋଗରେ ପିଜି ଡିପ୍ଲୋମା/ହ୍ୟୁମାନ୍‌ କନ୍‌ସସ୍‌ ଆଣ୍ଡ ୟୋଗିକ୍‌ ସାଇନ୍ସରେ ଏମ୍‌.ଏ/ୟୋଗା ଆଣ୍ଡ ନାଚୁରୋପାଥିରେ ଏମ୍‌.ଏ/ୟୋଗିକ୍‌ ସାଇନ୍ସରେ ଏମ୍‌.ଏ ଡିଗ୍ରୀ ଧାରଣ କରିଥିବେ।
  • ଦରମା- ୫୦୦ ଟଙ୍କା (ସେସନ୍‌ ପିଛା)

ଲ୍ୟାବ୍‌ ଟେକ୍ନିସିଆନ୍‌: (ଏମ୍ପାନେଲ୍‌ମେଣ୍ଟ ପାଇଁ)

  • ଶିକ୍ଷାଗତ ଯୋଗ୍ୟତା- AICTE କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ସଂସ୍ଥାରୁ DMLT କରିଥିବେ (୨୧-୬୮ ବର୍ଷ ବୟସ ହୋଇଥିବ)
  • ଦରମା- ୮୫୦ ଟଙ୍କା (ପ୍ରତିଦିନ ହିସାବରେ)

ଇସିଜି ଟେକ୍ନିସିଆନ୍‌: (ଏମ୍ପାନେଲ୍‌ମେଣ୍ଟ ପାଇଁ)

  • ଶିକ୍ଷାଗତ ଯୋଗ୍ୟତା- AICTE କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ସଂସ୍ଥାରୁ ଡିପ୍ଲୋମା ଡିଗ୍ରୀ ହାସଲ କରିଥିବେ। (ବୟସ- ୨୧ରୁ ୬୮)
  • ଦରମା- ୮୫୦ ଟଙ୍କା (ପ୍ରତିଦିନ ହିସାବରେ)

ଅପ୍‌ଥାଲ୍‌ମିକ୍‌ ଆସିଷ୍ଟାଣ୍ଟ: (ଏମ୍ପାନେଲ୍‌ମେଣ୍ଟ ପାଇଁ)

  • ଶିକ୍ଷାଗତ ଯୋଗ୍ୟତା- ଅପଟୋମେଟ୍ରିକ୍‌ରେ ଡିପ୍ଲୋମା/ ସରକାରଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ହସ୍ପିଟାଲ୍‌ରେ ଅଭିଜ୍ଞ ଅପ୍‌ଥାଲ୍‌ମିକ୍‌ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଥିବେ। (ବୟସ- ୨୧ରୁ ୬୮)
  • ଦରମା- ୮୫୦ ଟଙ୍କା (ପ୍ରତିଦିନ ହିସାବରେ)

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏବଂ ସମସ୍ତ ଦରକାରୀ କାଗଜପତ୍ର ସହ ୨୦୨୦ ମାର୍ଚ୍ଚ ୪ ତାରିଖରେ ନିମ୍ନଲଖିତ ଠିକଣାରେ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା: ଦି କଲେକ୍ଟର ଆଣ୍ଡ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌, ଗଞ୍ଜାମ, ଛତ୍ରପୁର

ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ ganjam.nic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment