ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ୮ ତାରିଖରୁ ପାରାଦୀପରେ ଅନୁଷ୍ଠିତ ହେବାକୁ ଯାଉଛି ସୈନ୍ୟବାହିନୀ ନିଯୁକ୍ତି ରାଲି। ଇଚ୍ଛୁକ ପ୍ରାର୍ଥୀ ମାର୍ଚ୍ଚ ୨୩ ଯାଏଁ ପଞ୍ଜୀକରଣ କରିପାରିବେ। କେବଳ ପୁରୁଷ ପ୍ରାର୍ଥୀମାନେ ଏହି ରାଲିରେ ଭାବ ନେଇପାରିବେ। ପଞ୍ଜୀକୃତ ପ୍ରାର୍ଥୀମାନେ ହିଁ ରାଲିରେ ଯୋଗ ଦେଇପାରିବେ।

ଏପ୍ରିଲ ୮ରୁ ୧୫ ତାରିଖ ଯାଏଁ ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମରେ ସୈନ୍ୟବାହିନୀ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଏହି ନିଯୁକ୍ତି ରାଲିରେ ଓଡ଼ିଶା ଉପକୂଳର ୧୦ଟି ଜିଲ୍ଲା ପୁରୀ, ଭଦ୍ରକ, କଟକ, ଖୋର୍ଦ୍ଧା, ବାଲେଶ୍ଵର, ମୟୁରଭଞ୍ଜ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ।

ପଦବୀ

ସୋଲଜର ଜେନେରାଲ ଡ୍ୟୁଟି

  • ବୟସ – ୧୭.୫ ବର୍ଷରୁ ୨୩ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ୪୫ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଦଶମ ପାସ୍‌ କରିଥିବା ଆବଶ୍ୟକ। ସେହିପରି ପ୍ରତି ବିଷୟରେ ଅତି କମ୍‌ରେ ୩୩ ପ୍ରତିଶତ ମାର୍କ ରଖିଥିବା ଦରକାର।

ସୋଲ୍‌ଜର ଟେକ୍ନିକାଲ

  • ବୟସ – ୧୭.୫ ବର୍ଷରୁ ୨୩ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ୫୫ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଯୁକ୍ତ ୨ ବିଜ୍ଞାନ ପାସ୍‌ କରିଥିବା ଆବଶ୍ୟକ। ସେହିପରି ଫିଜିକ୍ସ, କେମିଷ୍ଟ୍ରୀ, ମ୍ୟାଥ୍‌ ଏବଂ ଇଂରାଜୀରେ ୪୦ ପ୍ରତିଶତ ମାର୍କ ରଖିଥିବା ଦରକାର।

ସୋଲ୍‌ଜର ଟେକ୍ନିକାଲ(ଏଭିଏସନ/ଏମ୍ୟୁସନ/ଏଗ୍‌ଜାମିନର)

  • ବୟସ – ୧୭.୫ ବର୍ଷରୁ ୨୩ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ୫୦ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଯୁକ୍ତ ୨ ବିଜ୍ଞାନ ପାସ୍‌ କରିଥିବା ଆବଶ୍ୟକ। ସେହିପରି ଫିଜିକ୍ସ, କେମିଷ୍ଟ୍ରୀ, ମ୍ୟାଥ୍‌ ଏବଂ ଇଂରାଜୀରେ ୪୦ ପ୍ରତିଶତ ମାର୍କ ରଖିଥିବା ଦରକାର।

ସୋଲ୍‌ଜର ଟେକ୍ନିକାଲ ନର୍ସିଂ ଆସିଷ୍ଟାଣ୍ଟ/ ନର୍ସିଂ ଆସିଷ୍ଟାଣ୍ଟ ଭେଟେରେନାରୀ

  • ବୟସ – ୧୭.୫ ବର୍ଷରୁ ୨୩ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ୫୦ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଯୁକ୍ତ ୨ ବିଜ୍ଞାନ ପାସ୍‌ କରିଥିବା ଆବଶ୍ୟକ। ସେହିପରି ଫିଜିକ୍ସ, କେମିଷ୍ଟ୍ରୀ, ବାୟୋଲୋଜି ଏବଂ ଇଂରାଜୀରେ ଅତିକମ୍‌ରେ ୪୦ ପ୍ରତିଶତ ମାର୍କ ରଖିଥିବା ଦରକାର।

ସୋଲ୍‌ଜର କ୍ଲର୍କ/ ଷ୍ଟୋର କିପର ଟେକ୍ନିକାଲ/ ଇନ୍‌ଭେଣ୍ଟୋରୀ ମ୍ୟାନେଜମେଣ୍ଟ

  • ବୟସ – ୧୭.୫ ବର୍ଷରୁ ୨୩ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ୬୦ ପ୍ରତିଶତ ଆଗ୍ରିଗେଟ୍‌ ମାର୍କ ରଖି ଯେକୌଣସି ବିଭାଗ(ବିଜ୍ଞାନ, ବାଣିଜ୍ୟ, କଳା)ରେ ଯୁକ୍ତ ୨ ପାସ୍‌ କରିଥିବା ଆବଶ୍ୟକ। ପ୍ରତ୍ୟେକ ବିଷୟରେ ୫୦ ପ୍ରତିଶତ ମାର୍କ ରହିଥିବ। ସେହିପରି ମ୍ୟାଥ୍‌/ ଆକାଉଣ୍ଟ୍‌ସ/ ବୁକ୍‌ କିପିଂ ବିଷୟ ରହିଥିବା ଦରକାର।

ସୋଲ୍‌ଜର ଟ୍ରେଡ୍‌ସ ମ୍ୟାନ୍‌ (ଦଶମ ପାସ୍‌) – ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ସୋଲ୍‌ଜର ଟ୍ରେଡ୍‌ସ ମ୍ୟାନ୍‌ (ଅଷ୍ଟମ ପାସ୍‌) – ବୟସ – ୧୭.୫ ବର୍ଷରୁ ୨୩ ବର୍ଷ

ଇଚ୍ଛୁକ ପ୍ରାର୍ଥୀ ଭାରତୀୟ ସୈନ୍ୟବାହିନୀର ନିଯୁକ୍ତି ୱେବସାଇଟ୍‌ www.joinindianarmy.nic.in ରେ ନାମ ପଞ୍ଜିକରଣ କରିପାରିବେ ପ୍ରାର୍ଥୀ। ଏସମ୍ପର୍କିତ ସବିଶେଷ ସୂଚନା ମଧ୍ୟ ୱେବସାଇଟରୁ ପାଇପାରିବେ। ଆବେଦନ ସମ୍ପୂର୍ଣ୍ଣ ରୂପେ ମାଗଣା।

Comment