ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ମାଇନିଂ କର୍ପୋରେସନ୍‌ ଲିମିଟେଡ୍‌ ଅଧୀନରେ ଜୁନିୟର ଏକ୍ଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ, ଜୁନିୟର ଇଞ୍ଜିନିୟର, ନର୍ସ ଓ ଫାର୍ମାସିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀଗୁଡ଼ିକରେ ମୋଟ୍‌ ୧୨୮ ଜଣଙ୍କ ନିଯୁକ୍ତି ହେବ। ଏନେଇ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୧୮ ଯାଏଁ ଆବେଦନ କରିପାରିବେ।

ପଦବୀ:

ଜୁନିୟର ଏକ୍‌ଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ (କ୍ଲାସ୍‌-୩ ଗ୍ରେଡ୍‌)

  • ପଦବୀ ସଂଖ୍ୟା- ୧୦୦ଟି ପଦବୀ
  • ଦରମା- ୨୯,୨୦୦ରୁ ୯୨,୩୦୦ ଟଙ୍କା

ଜୁନିୟର ଇଞ୍ଜିନିୟର (ମେକାନିକାଲ୍‌: କ୍ଲାସ୍‌-୩ ଗ୍ରେଡ୍‌)

  • ପଦବୀ ସଂଖ୍ୟା- ୫ଟି ପଦବୀ
  • ଦରମା- ୩୫,୪୦୦ରୁ ୧, ୧୨,୪୦୦ ଟଙ୍କା

ଜୁନିୟର ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍‌: କ୍ଲାସ୍‌-୩ ଗ୍ରେଡ୍‌)

  • ପଦବୀ ସଂଖ୍ୟା- ୧୪ଟି ପଦବୀ
  • ଦରମା- ୩୫,୪୦୦ରୁ ୧, ୧୨, ୪୦୦ ଟଙ୍କା

ଜୁନିୟର ନର୍ସ (କ୍ଲାସ୍‌-୩ ଗ୍ରେଡ୍‌)

  • ପଦବୀ ସଂଖ୍ୟା- ୭ଟି ପଦବୀ
  • ଦରମା- ୨୯,୨୦୦ରୁ ୯୨,୩୦୦ ଟଙ୍କା

ଜୁନିୟର ଫାର୍ମାସିଷ୍ଟ (କ୍ଲାସ୍‌-୩ ଗ୍ରେଡ୍‌)

  • ପଦବୀ ସଂଖ୍ୟା- ୨ଟି ପଦବୀ
  • ଦରମା- ୨୯,୨୦୦ରୁ ୯୨,୩୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଏହି ପଦବୀଗୁଡ଼ିକ ପାଇଁ ଇଚ୍ଛୁକପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୨୦୨୦ ଫେବ୍ରୁଆରି ୨୭ ଅପରାହ୍‌ଣ ୨ଟାରୁ ମାର୍ଚ୍ଚ ୧୮ ରାତି ୧୧.୫୯ଟା ଯାଏଁ ଚାଲୁ ରହିବ ବୋଲି ଫେବ୍ରୁଆରି ୨୭ରେ ପ୍ରକାଶିତ ଏହି ବିଜ୍ଞାପନରେ କୁହାଯାଇଛି।

  • ଠିକଣା-ଦି ଓଡ଼ିଶା ମାଇନିଂ କର୍ପୋରେସନ୍‌ ଲିମିଟେଡ୍‌, ଓଏମ୍‌ସି ହାଉସ୍‌, ଭୁବନେଶ୍ଵର-୭୫୧୦୦୧, ଓଡ଼ିଶା
  • ଓ୍ଵେବ୍‌ସାଇଟ୍‌– omcltd.in , ଏହି ଓ୍ୱେବ୍‌ସାଇଟ୍‌କୁ ଯାଇ ଆପଣ ଅଧିକ ତଥ୍ୟ ପାଇପାରିବେ।

Comment