ଓଡ଼ିଶାଲାଇଭ୍ ବ୍ୟୁରୋ
ଜାପାନରୁ ଫେରିଲେ ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ। କୋରୋନା ସନ୍ଦେହରେ ଜାପାନର ୟୋକହମା ବନ୍ଦରରେ ତାଙ୍କୁ ଅଟକ ରଖାଯାଇଥିଲା। ଡାଇମଣ୍ଡ ପ୍ରିନ୍ସେସ ନାମକ ଏକ ଜାହାଜରେ ଶିବାଶିଷ ନାୟକ ଓ ତାଙ୍କ ସହିତ ଅଟକ ଥିବା ୧୧୯ ଭାରତୀୟ ମଧ୍ୟ ସ୍ୱଦେଶ ଫେରିଛନ୍ତି। ଅଟକ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ।
ଅନ୍ୟପକ୍ଷରେ ଶିବାଶିଷଙ୍କ ଫେରିବା ଖବର ଶୁଣି ତାଙ୍କ ପରିବାର ଲୋକ ଆଶ୍ୱସ୍ତ ହୋଇଛନ୍ତି। ସକାଳେ ଶିବାଶିଷଙ୍କ ବାପା ଲିଙ୍ଗରାଜ ନାୟକ ତାଙ୍କ ସହିତ ଫୋନରେ ମଧ୍ୟ କଥା ହୋଇଛନ୍ତି।
ଇଞ୍ଜିନିୟର ଶିବାଶିଷ ଦିଲ୍ଲୀରେ ଚାକିରି କରୁଥିଲେ। କିଛି ଦିନ ସେ ତାଙ୍କ କମ୍ପାନି କାମରେ ଜାପାନ ଯାଇଥିଲେ। କୋରୋନା ସଂକ୍ରମଣ ଆଶଙ୍କାରେ ଗତ ୨ ସପ୍ତାହ ହେଲା ଜାପାନରେ ଅଟକିଥିଲେ ଭାରତୀୟ। ସେମାନଙ୍କ ଭିତରେ ଶିବାଶିଷ ବି ଥିଲେ।


















