ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI), ଭୁବନେଶ୍ଵର ଅଧୀନରେ ବ୍ୟାଙ୍କ୍‌ ମେଡିକାଲ୍‌ କନ୍‌ସଲ୍‌ଣ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଏହି ନିଯୁକ୍ତି ବିଭିନ୍ନ ଡିସ୍‌ପେନ୍‌ସାରୀମାନଙ୍କରେ ଦିଆଯିବ। କେବଳ OBC ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଯୋଗ୍ୟତା:

  • MCI ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ଆଲୋପାଥିକ ସିଷ୍ଟମ ଅଫ୍‌ ମେଡିସିନ୍‌ ୟୁନିଭର୍ସିଟିରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଥିବେ।
  • କୌଣସି ହସ୍ପିଟାଲ୍‌ କିମ୍ବା କ୍ଲିନିକ୍‌ରେ ଅତିକମ୍‌ରେ ଦୁଇ ବର୍ଷ ମେଡିସିନ୍‌ ପ୍ରାକ୍ଟିସ୍‌ କରିଥିବେ।

RBI

ଦରମା– ୮୫୦ ଟଙ୍କା (ଘଣ୍ଟା ପିଛା)

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ଡାକ ମାଧ୍ୟମରେ ନିଜର ଆବେଦନପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।

ଠିକଣା– ଦି ରିଜିଓନାଲ୍‌ ଡିରେକ୍ଟର, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଣ୍ଡିତ ଜବାହରଲାଲ୍‌ ନେହେରୁ ମାର୍ଗ, ଭୁବନେଶ୍ଵର- ୭୫୧୦୦୧

ଅଧିକ ସୂଚନା ପାଇଁ rbi.org.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment