ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀର ଶାହିନବାଗରେ ଲାଗିଲା ଧାରା ୧୪୪। ଦିଲ୍ଲୀ ପୋଲିସ୍ ଏନେଇ ରବିବାର ନୋଟିସ୍ ଜାରି କରିଛି।

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଶାହିନବାଗରେ ଗତ ଛଅ ମାସଧରି ବିରୋଧ ପ୍ରଦର୍ଶନ କରାଯାଉଥିଲା। ହଜାର ହଜାର ସଂଖ୍ୟାରେ ମହିଳାମାନେ ଏଠାରେ ଏକଜୁଟ୍ ହୋଇ ନାଗରକିତା ସଂଶୋଧନ ଆଇନକୁ ବିରୋଧ କରୁଥିଲେ।

ଶାହିନବାଗରେ ଧାରା ୧୪୪ ଲାଗୁ ହେବା ପରେ ସେଠାରେ ଏବେ ଏକଜୁଟ୍ ହୋଇ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ। ଆଇନ୍ ଉଲ୍ଲଙ୍ଘନ କଲେ ପ୍ରଦର୍ଶନକାରୀଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଦିଲ୍ଲୀ ପୋଲିସ୍ କହିଛି।

ଅନ୍ୟପଟେ ଶାହିନବାଗ ଅଞ୍ଚଳରେ ଦିଲ୍ଲୀ ପୋଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ସେହି ଅଞ୍ଚଳରେ ଅଧିକ ସଂଖ୍ୟାରେ ପୋଲିସ୍ ମୂତୟନ କରାଯାଇଛି। ଏଥିସହିତ ଧାରଣା ସ୍ଥଳ ଓ ସଡ଼କ ଉପରେ ମଧ୍ୟ ପୋଲିସର ନଜର ରହିଛି।

Comment