ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଏସ୍‌ସିବି ନବକଳେବରରେ ଉଦ୍ଦେଶ୍ୟରେ ଆଜି ବହୁ ବସ୍ତି ବାସିନ୍ଦାଙ୍କୁ ଜଗତପୁରସ୍ଥିତ ବିରୂପା କୂଳକୁ ସ୍ଥାନାନ୍ତର କରାଯାଇଛି। ମେଡିକାଲ୍ ପାଶ୍ୱବର୍ତ୍ତୀ ଅଞ୍ଚଳର ପ୍ରାୟ ୯୫ ପରିବାରଙ୍କୁ ପ୍ରଶାସନ ସହାୟତାରେ ଥଇଥାନ କରାଯାଇଛି। ପରିବାର ପିଛା ୫୦ହଜାର ଲେଖାଏଁ ସରକାରୀ ସହାୟତା ରାଶି ପ୍ରଦାନ କରାଯାଇଥିଲା ବେଳେ ଶନିବାର ପର୍ଯ୍ୟନ୍ତ ବସ୍ତିବାସିନ୍ଦାଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସିଏମ୍‌ସି ଡେପୁଟି କମିସନର ଅବିନାଶ ରାଉତ ସୂଚନା ଦେଇଛନ୍ତି।

କଟକ ବଡ ଡାକ୍ତରଖାନାର ସଂପ୍ରସାରଣ ଉଦ୍ଦେଶ୍ୟରେ ଆଜିଠୁ ପ୍ରଶାସନିକ ସ୍ତରରେ ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଜିଲ୍ଲା ପ୍ରଶାସନ ଓ ସିଏମ୍‌ସି ଉଦ୍ୟମରେ ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲ୍ ବାମ ପାର୍ଶ୍ଵ ଓ ମୋଚି ସାହିରୁ ପାଖାପାଖି ୯୫ଟି ପରିବାରର ପ୍ରାୟ ୪୦୦ଲୋକଙ୍କୁ ଜଗତପୁରସ୍ଥିତ ଚିହ୍ନଟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ଲୋକଙ୍କ ପାଇଁ ବସ୍ ଓ ଜିନିଷପତ୍ର ସ୍ଥାନାନ୍ତରଣ ପାଇଁ ଟ୍ରକ୍ ବ୍ୟବସ୍ଥା କରାଯାଇଥିଲା। ଏହାସହ ସେମାନଙ୍କୁ ଘର ନିର୍ମାଣ ପାଇଁ ଜାଗା ଦେବା ସହିତ ଘର ନିର୍ମାଣ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବ। ସେହିଭଳି ଜଗତପୁରଠାରେ ଆଜି ଦିନବେଳା ଓ ରାତି ବେଳା ରନ୍ଧା ଖାଦ୍ୟ ଦିଆଯିବା ସହିତ ଶୋଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତା ଶନିବାର ଦିନ ପର୍ଯ୍ୟନ୍ତ ବସ୍ତି ବାସିନ୍ଦାଙ୍କୁ ରନ୍ଧା ଖାଦ୍ୟ ସହ ଘର ତିଆରି ପାଇଁ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସିଏମ୍‌ସି ଡେପୁଟୀ କମିସନର।

Comment