ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ୟାନ୍‌ ଓ ଫଲୋୟର୍ସମାନଙ୍କ ପାଇଁ ଦୁଃଖଦ ଖବର। ଏହି ରବିବାରଠାରୁ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆକୁ ବାଏ ବାଏ କହି ପାରନ୍ତି। ଏନେଇ ନିଜେ ମୋଦୀ ତାଙ୍କ ଟୁଇଟର୍‌ ହ୍ୟାଣ୍ଡେଲର ଏବଂ ଫେସୁବକ୍‌ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ମୋଦୀ ଟୁଇଟ୍‌ କରିଛନ୍ତି, ‘‘ଏହି ରବିବାର ସୋସିଆଲ ମିଡିଆ ଛାଡ଼ିବାକୁ ବିଚାର କରୁଛି। ଫେସ୍‌ବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍‌ ଛାଡ଼ିବାକୁ ବିଚାର କରୁଛି।’’

ମୋଦୀଙ୍କ ଏହି ଟୁଇଟ୍‌ ପରେ ତାଙ୍କ ଫ୍ୟାନ୍‌ମାନେ ପ୍ରତିକ୍ରିୟା ରଖିଛନ୍ତି। ମୋଦୀଙ୍କ ଟୁଇଟର ଏବଂ ଫେସ୍‌ବୁକ୍‌ରେ ଫ୍ୟାନ୍‌ମାନେ ସୋସିଆଲ ମିଡିଆ ନଛାଡ଼ିବାକୁ ଅନୁରୋଧ କରିଛନ୍ତି। କିଛି ଫ୍ୟାନ୍‌ ଲେଖିଛନ୍ତି ଯେ, କେବଳ ମୋଦୀଙ୍କ ପାଇଁ ସେମାନେ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି। ଏଣୁ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ନଛାଡ଼ନ୍ତୁ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟରରେ ୫ କୋଟି ୩୩ ଲକ୍ଷ ଏବଂ ଫେସ୍‌ବୁକ୍‌ରେ ୪ କୋଟି ୪୫ ଲକ୍ଷ ଫଲୋୟର୍ସ ରହିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଫଲୋୟର୍ସ ସଂଖ୍ୟା ୩ କୋଟି ୫୨ ଲକ୍ଷ ରହିଛି।

ମୋଦୀଙ୍କର ଏହି ଟୁଇଟ୍‌ ପରେ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି, ‘‘ଘୃଣାଭାବକୁ ଛାଡ଼, ସୋସିଆଲ ମିଡିଆକୁ ନୁହେଁ।’’

Comment