ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜୟପୁରରୁ ସୋମବାର ସକାଳେ ଏକ ବିସ୍ଫୋରକ ବୋଝେଇ ଟ୍ରକ ଜବତ ହୋଇଛି। ହାଇଦ୍ରାବାଦରୁ ମାଲକାନଗିରି ଟ୍ରକ ଯାଉଥିଲା ବେଳେ ଜୟପୁର ଟାଉନ ଥାନା ପୋଲିସ ଏହି ଟ୍ରକ୍‌ ଜବତ କରିଛି। ଟ୍ରକ୍‌ ଡ୍ରାଇଭର ଓ ହେଲପରକୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚୁରା କରୁଛି ପୋଲିସ।

ସେପଟେ ଏହି ଗାଡି ଟି  ହାଇଦ୍ରାବାଦରୁ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାର ଏକ କ୍ରସରକୁ ଯାଉଥିବା ଡ୍ରାଇଭର କହିଛି। ମାତ୍ର ଗାଡ଼ିର କୌଣସି କାଗଜପତ୍ର ଠିକ୍‌ ନଥିବା ସୂଚନା ମିଳିଛି।

ଏହି ବିସସ୍ଫୋରକ ମାଓବାଦୀ ଙ୍କୁ ଯୋଗେଇବା ପାଇଁ ଚାଲାଣ ହେଉଥିବା ସନ୍ଦେହ ହେଉଥିବା ବେଳେ ଘଟଣାକୁ ନେଇ ବିସ୍ଫୋରକ ବିଭା ର କର୍ମଚାରୀଙ୍କ ସହ ଆଲୋଚନା କଲା ପରେ ଏହାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି  ସୂଚନା ଦେଇଛନ୍ତି ଥାନା ଅଧିକାରୀ ବାଲେଶ୍ୱର ଗିଧି।

Comment