ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ୧୭ ଜିଲ୍ଲାରେ ଝଡ଼ ତୋଫାନ, ବର୍ଷା ଓ ବଜ୍ରପାତ ସମ୍ଭାବନା। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଆଜି ରାତି ୧୦ଟା ଯାଏଁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ଅନୁଗୁଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡ଼ା, ସୁନ୍ଦରଗଡ଼, ବାଲେଶ୍ଵର, ବରଗଡ଼, ଦବଗଡ଼, ନୟାଗଡ଼ ଓ ଗଞ୍ଜାମ ଏହି ସତର୍କ ସୂଚନା ଦିଆଯାଇଛି। ଏହି ସବୁ ସ୍ଥାନରେ ଝଡ଼ ତୋଫାନ ସହ ବର୍ଷା ଓ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି।

ବୁଧବାର ସକାଳୁ ସକାଳୁ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପ୍‌ ଝିପ୍‌ ବର୍ଷା ଆରମ୍ଭ ହୋଇଥିଲା। ଏହାସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିଥିଲା। ଆସନ୍ତା ୮ ତାରିଖ ଯାଏଁ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

LEAVE A REPLY

Please enter your comment!
Please enter your name here