ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ହୋଲି ପାଳିବନି ବିଜେପି। ଏନେଇ ବୁଧବାର ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ରାଜ୍ୟ ସଭାପତିଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି।

ଏହି ଚିଠିରେ ଲେଖାଯାଇଛି ଯେ, କୋରୋନା ଭାଇରସ ଯୋଗୁଁ ଏବେ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଅଛି। ଏଥିରୁ ବଞ୍ଚିବା ପାଇଁ ଏକ୍ସପର୍ଟମାନେ ମଧ୍ୟ ଗୋଟିଏ ସ୍ଥାନରେ ଅଧିକ ଲୋକ ଏକାଠି ହେବାକୁ ମନା କରୁଛନ୍ତି। ତେଣୁ ବିଜେପିର ସଦସ୍ୟମାନେ ଏକାଠି ହୋଇ ହୋଲି ନପାଳିବାକୁ ରାଷ୍ଟ୍ରୀୟ ସଭାପତି ଚିଠି ଲେଖି ସୂଚନା ଦେଇଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟୁଇଟ୍ କରି ହୋଲି ପାଳନ କରିବେନି ବୋଲି ସୂଚନା ଦେଇଥିଲେ। ଏହାପରେ ରାଷ୍ଟ୍ରୀୟ ସଭାପତି ମଧ୍ୟ ଚିଠି ଲେଖି ଏହି ସୂଚନା ସମସ୍ତଙ୍କୁ ଜଣାଇ ଦେଇଛନ୍ତି।

Comment