ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଜିଲ୍ଲାସ୍ତରୀୟ ଆଶା, ଗାଁ, କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମ୍ମିଳନୀ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଛି।

ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଆର୍ତ୍ତବନ୍ଧୁ ନାୟକ, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଅଧିକାରୀ ମୋତିଲାଲ ତିୱାରି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୱହିଦା ବେଗମ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଶକ୍ତିବ୍ରତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ। ଚଳିତଥର ‘ଗୋଷ୍ଠୀ ସହଭାଗିତାରେ ସ୍ୱାସ୍ଥ୍ୟସେବା’ ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ଏହି ଅବସରରେ ବିଭିନ୍ନ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ କରିଥିବା ୧୨ଜଣ ଆଶାକର୍ମୀଙ୍କୁ ସମ୍ମାନିତ କରିବା ସହିତ ୧୧ଟି ସ୍ୱାସ୍ଥ୍ୟ ଗ୍ରାମ, ୮ଟି ସ୍ୱାସ୍ଥ୍ୟ ପଞ୍ଚାୟତ ଏବଂ ୧୧ଟି ଗୋଷ୍ଠୀ ମହିଳା ଆରୋଗ୍ୟ ସମିତିକୁ ଉପସ୍ଥିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ, ଗ୍ରାମପଞ୍ଚାୟତ, ପୌରପାଳିକା ଅଞ୍ଚଳରୁ ଶତାଧିକ ଆଶା, ଅଙ୍ଗନୱାଡି ଓ ଏନ୍‌ଏମ୍‌ କର୍ମୀ ଯୋଗ ଦେଇଥିବା ବେଳେ ସଭାରେ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗୋଷ୍ଠୀ ସ୍ଥାସ୍ଥ୍ୟକେନ୍ଦ୍ର ଡାକ୍ତର ଅନ୍ୟ ସ୍ୱସ୍ଥ୍ୟକର୍ମୀ ଉପସ୍ଥିତ ରହିଥିଲେ।

Comment