ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ପିତାମହଲସ୍ଥିତ ସେଞ୍ଚୁରିଆନ୍‌ ପବ୍ଲିକ୍‌ ସ୍କୁଲ୍‌ରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଫେବ୍ରୁଆରି ୧୫,୧୬ରେ ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

  • ଶିକ୍ଷକ ପଦବୀ– କେମେଷ୍ଟ୍ରୀ, ଫିଜିକ୍ସ, ଗଣିତ, ଇଂରାଜୀ, ଲାଇଫ୍‌-ସାଇନ୍ସ, ଆଇଟି, ସୋସିଆଲ୍‌ ସାଇନ୍ସ ଏବଂ କମ୍ପ୍ୟୁଟର ସାଇନ୍ସରେ ପିଜିଟି ଏବଂ ଟିଜିଟି ପଦବୀରେ ନିଯୁକ୍ତି ହେବ।
  • ଅଣ-ଶିକ୍ଷକ ପଦବୀ– ହଷ୍ଟେଲ୍‌ ଓ୍ଵାର୍ଡେନ୍‌, କାଉନ୍‌ସେଲର୍‌, ପବ୍ଲିକ୍‌ ରିଲେସନ୍‌ ଅଫିସର୍‌, ଆକାଡେମିକ୍‌ କାଉନ୍‌ସେଲର୍‌

ଶିକ୍ଷାଗତ ଯୋଗ୍ୟତା:

  • ସିବିଏସ୍‌ସି ନର୍ମ ହିସାବରେ ଯୋଗ୍ୟତା ଏବଂ ଅଭିଜ୍ଞତା ଥିବା ଆବଶ୍ୟକ।
  • ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଏହିସବୁ ପୋଷ୍ଟ ପାଇଁ ଆବେଦନ କରିପାରିବେ।
  • ଆଇଟି ପ୍ରାର୍ଥୀମାନଙ୍କର ଉଭୟ ହାର୍ଡଓ୍ଵେୟାର ଏବଂ ସଫ୍ଟଓ୍ଵେୟାରରେ ଜ୍ଞାନ ଥିବା ଆବଶ୍ୟକ।
  • ଆବେଦନ ପ୍ରକ୍ରିୟା:
  • ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଶିକ୍ଷାଗତ ଓ ଅଭିଜ୍ଞତା ସାର୍ଟିଫିକେଟ୍‌ ଧରି ନିର୍ଦ୍ଧାରିତ ସମୟରେ ନିମ୍ନଲିଖିତ ଠିକଣାରେ ପହଞ୍ଚିବାକୁ ବିଜ୍ଞପ୍ତିରେ କୁହାଯାଇଛି।
  • ଠିକଣା:ସେଞ୍ଚୁରିଆନ୍‌ ପବ୍ଲିକ୍‌ ସ୍କୁଲ୍‌, ଇଡ୍‌କୋ ଇଣ୍ଡଷ୍ଟ୍ରିଆଲ୍‌ ଏରିଆ, ପିତାମହଲ, ରାୟଗଡ଼ା (ଏଲ୍‌ଭି ପ୍ରସାଦ ଆଇ ହସ୍ପିଟାଲ୍‌ ପାଖ), ଫୋନ୍‌ ନମ୍ବର- 7328810145, 7328810148, 9003625416
  • ଯେଉଁ ପ୍ରାର୍ଥୀମାନେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ ନାହିଁ ସେମାନେ ନିଜର ବାୟୋଡାଟାcenturionpublicschool@gmail.com କୁ ମେଲ୍‌ କରିବାକୁ ଫେବ୍ରୁଆରି ୧୦ରେ ପ୍ରକାଶିତ ଏହି ବିଜ୍ଞପ୍ତିରେ କୁହାଯାଇଛି।

 

ସୌଜନ୍ୟ: ଚାକିରି.ପ୍ଲସ

Comment