ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଜେକେପୁରସ୍ଥିତ ଜେକେ କାଗଜ କଳ ପରିସରରେ ଥିବା ଏକ ଗୋଦାମ ଗୃହରେ କୌଣସି କାରଣରୁ ନିଆଁ ଲାଗିଯାଇ ଥିଲା। କମ୍ପାନି କର୍ମଚାରୀ ନିଆଁକୁ ଆୟତ୍ତ କରିଥିବାବେଳେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।

ଶୁକ୍ରବାର ମହା ଶିବରାତ୍ରୀରେ ଜେକେ କାଗଜ କଳ ଛୁଟି ଥିବା ଯୋଗୁଁ କମ୍ପାନୀ କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ଅଧିକାରୀମାନେ ଅନୁପସ୍ଥିତ ଥିଲେ। ସନ୍ଧ୍ୟା ୭ଟା ୨୦ ମିନିଟ୍ ସମୟରେ କାଗଜ ରଖାଯାଉଥିବା ଏକ ଗୋଦାମ ଗୃହରେ ହଠାତ୍ ନିଆଁ ଲାଗିଯାଇଥିଲା। ସର୍ଟସର୍କିଟରୁ ଏଭଳି ନିଆଁ ଲାଗିଥିବାବେଳେ କମ୍ପାନି ସାଇରନ୍ ବାଜି ଉଠିଥିଲା।

ଫଳରେ ପାଖରେ ଥିବା କିଛି କର୍ମଚାରୀ ହୋଇ ଗୋଦାମ ଗୃହ ପାଖକୁ ଯାଇଥିଲେ। ହେଲେ ତାଲା ପଡ଼ିଥିବା ଯୋଗୁଁ ତାଲା ଭାଙ୍ଗି କର୍ମଚାରୀ ଏବଂ ସୁରକ୍ଷା କର୍ମଚାରୀ ମିଶି ନିଆଁକୁ ଆୟତ୍ତ କରିଥିଲେ।

Comment