ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଏବେ ସମଗ୍ର ବିଶ୍ଵରେ ଚର୍ଚ୍ଚା ଚାଲିଛି। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବାବେଳେ ୪ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବାକୁ ରାୟଗଡ଼ା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ।

ରାୟଗଡ଼ା ସହର ସ୍ଥିତ ସାଇ ଇଣ୍ଟରନ୍ୟାସେନାଲ ହୋଟେଲରେ ୨୦୨୨ ଡିସେମ୍ବର ୨୨ ତାରିଖରେ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଏହା ପରେ ଡିସେମ୍ବର ୨୪ ତାରିଖରେ ଋଷ ସାଂସଦ ପାଭେଲ ଆଣ୍ଟୋଭଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଥିଲା। ଏହି ଘଟଣାରେ କ୍ରାମବ୍ରାଞ୍ଚର ତଦନ୍ତ ସୋମବାର ଚତୁର୍ଥ ଦିନରେ ପହଞ୍ଚିଛି। ଆଜି କ୍ରାଇମବ୍ରାଞ୍ଚ ଟିମ୍ ହୋଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହୋଟେଲ କର୍ମଚାରୀ ଓ ମାଲିକଙ୍କୁ ପଚରାଉଚରା କରିଛି। ସମସ୍ତଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ।

Tags: #RussianTouristUnnaturalDeathCase #Rayagada #CrimebranchInvestigation

Comment