ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ଟିକିରି ନିକଟ ରେଳ ଧାରଣାରେ ପାହାଡ଼ରୁ ଏକ ବଡ଼ ପଥର ଖସିପଡ଼ିବାରୁ ପ୍ରାୟ ୭ ଘଣ୍ଟା ଧରି ଏହି ରାସ୍ତାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଗୁରୁବାର ସକାଳେ ସମଲେଶ୍ଵରୀ ଏକ୍ସପ୍ରେସ ଜଗଦଲପୁରଠାରୁ ହାୱଡା ଅଭିମୁଖେ ଯାତ୍ରା କରୁଥିଲା। ଟ୍ରେନଟି ଉରାଉଳି ଷ୍ଟେସନ ଅତିକ୍ରମ କରିବାର କିଛି ସମୟ ପରେ ରାୟଗଡ଼ା ଜିଲ୍ଲା ଟିକିରି ନକଟ ରେଳ ଧାରଣା ପାଖରେ ଥିବା ଏକ ପାହାଡ଼ରୁ ବଡ଼ ପଥର ଖଣ୍ଡ ରେଳ ଧାରଣା ଉପରେ ଖସି ପଡ଼ିଥିଲା।

ଖବର ପାଇ ଗ୍ୟାଙ୍ଗ ମେନ, ରେଳ କର୍ମଚାରୀ ଟ୍ରାକରୁ ପଥର ଖଣ୍ଡ ବାହାର କରିବା କାମରେ ଲାଗି ପଡ଼ିଥିଲେ। ଫଳରେ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ସମ୍ପୃକ୍ତ ରାସ୍ତାରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଉଭୟ ପଟର (ଇଏମୟୁ) ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିଲା।

Tags: #Rayagada #train #railway track #tikiri

Comment