ଓଡ଼ିଶାଲାଇଭ୍ ବ୍ୟୁରୋ

ନବ କିଶୋର ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ବୁଧବାର ଦିନ ଝାରସୁଗୁଡ଼ା ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର କରାଯାଇଛି। କଟକ ଚୌଦ୍ଵାର ଜେଲରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଣାଯାଇ ତାଙ୍କୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ।

ଆସନ୍ତା ଅଗଷ୍ଟ ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଏହି ମାମଲାକୁ ଜିଲ୍ଲା ଦୌରାଜଜ୍ କୋର୍ଟରୁ ଏଡିଜେ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

କୋର୍ଟରେ ହାଜର ହୋଇ ଦୋଷ ସ୍ଵୀକାର କରିବାକୁ ଜିଲ୍ଲା ଦୌରାଜଜଙ୍କ ନିକଟରେ ଗୋପାଳ ବାରମ୍ବାର କରିଥିଲେ। କିନ୍ତୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଗୋପାଳଙ୍କୁ କୁହାଯାଇଥିବା ସୂଚନା ଦେଇଛନ୍ତି ଆଇନଜୀବୀ ସତ୍ୟ ବହିଦାର।

ଅନ୍ୟ ପଟେ ଗୋପାଳଙ୍କର କେହି ଓକିଲ ନଥିବାରୁ ସରକାରଙ୍କ ପକ୍ଷରୁ ଡିଫେନ୍ସ କାଉନସିଲ ତାଲିକାରୁ ନରେଶ ନାୟକଙ୍କୁ ଗୋପାଳଙ୍କ ଓକିଲ ଭାବେ ନିଯୁକ୍ତ କରାଯାଇଛି।

ଗତ ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜ ନଗର ଗାନ୍ଧୀଛକ ନିକଟରେ ନବ କିଶୋର ଦାସଙ୍କୁ ଗୁଳି କରିଥିଲେ ଏଏସଆଇ ଗୋପାଳ ଦାସ। ଏହା ପରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି।

Tags: #NabakishorDasMurderCase #GopalDas #JharsugudaDistrictCourt #CrimebranchInvestigation

Comment