ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଜଣେ ଜିଲ୍ଲାସ୍ତରୀୟ ମହିଳା ଅଧିକାରୀଙ୍କୁ ନେଇ କ୍ରୀଡ଼ା ଶିକ୍ଷକ ପ୍ରଶାନ୍ତ ନାୟକଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଛି। ପତ୍ନୀଙ୍କୁ ନିର୍ଯାତନା ଦେବା ସହ ଘରୁ ବାହାର କରିବା ଅଭିଯୋଗ ପରେ ଏବେ ଏହି ମାମଲାରେ ହସ୍ତାକ୍ଷେପ କରିଛନ୍ତି ଜିଲ୍ଲାପାଳ।

ରାୟଗଡ଼ା ଜିଲ୍ଲାର ଜଣେ ଜିଲ୍ଲାସ୍ତରୀୟ ମହିଳା ଅଧିକାରୀଙ୍କ ସହ କ୍ରୀଡ଼ା ଶିକ୍ଷକ ପ୍ରଶାନ୍ତ ନାୟକଙ୍କର ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ କରିଛନ୍ତି ପତ୍ନୀ ବିଷ୍ଣୁପ୍ରିୟା ନାୟକ। ବିବାହକୁ ୧୮ ବର୍ଷ ବିତିଥିଲେ ମଧ୍ୟ ଅନ୍ୟ ଜଣଙ୍କ ପ୍ରେମରେ ପଡ଼ି ପ୍ରଶାନ୍ତ ତାଙ୍କୁ ଶରୀରିକ ଏବଂ ମାନସିକ ଭାବେ ନିର୍ଯାତନା ଦେବା ସହ ତାଙ୍କୁ ଘରେ ପଶିବାକୁ ଦେଉନଥିବା ଅଭିଯୋଗ କରିଥିଲେ ବିଷ୍ଣୁପ୍ରିୟା। ଏ ନେଇ ବିଷ୍ଣୁପ୍ରିୟା ଗତ ୧୦ ତାରିଖରେ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ।

ବିଷ୍ଣୁପ୍ରିୟାଙ୍କ ଅଭିଯୋଗର ତଦନ୍ତ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଲେ ଜିଲ୍ଲାପାଳ। ବିଷ୍ଣୁପ୍ରିୟାଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ମହିଳା ଅଧିକାରୀଙ୍କୁ ଜେରା କରିଥିବା ବେଳେ ଅସୁସ୍ଥତା ଦର୍ଶାଇ ଥାନାରେ ହାଜର ହୋଇନଥିଲେ କ୍ରୀଡ଼ା ଶିକ୍ଷକ ପ୍ରଶାନ୍ତ ନାୟକ।

ମହିଳା ଅଧିକାରୀଙ୍କ ପ୍ରେମରେ ପଡ଼ି ନିର୍ଯାତନା ଦେଉଥିବା ବିଷ୍ଣୁପ୍ରିୟା ଅଭିଯୋଗ କରିଥିବାବେଳେ ପତ୍ନୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ସ୍ଵାମୀ ପ୍ରଶାନ୍ତ ଓ ଶାଶୂ। ସେମାନେ କହିଛନ୍ତି କିଛି କଥା ନଥାଇ ବୋହୂ ଘରେ ନ ରହି ବାରମ୍ବାର ବାପଘରକୁ ଚାଲିଯାଏ। ବୁଝାସୁଝା କରି ତାକୁ ଘରୁକୁ ଆଣୁ ବୋଲି ଶାଶୂ କହିଛନ୍ତି। ଏପଟେ ଗୁଣିଗାରେଡ଼ି କରୁଥିବା ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି କ୍ରୀଡ଼ା ଶିକ୍ଷକ।

ଶାଶୂ ଘରେ ପଶିବାକୁ ଦେଉନଥିବାରୁ ଘର ବାହାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସି ରହିଥିଲେ ବିଷ୍ଣୁପ୍ରିୟା। ପୋଲିସ ଉଭୟଙ୍କୁ ବୁଝାସୁଝା କରିବା ପରେ ଘରକୁ ଫେରିଛନ୍ତି ବିଷ୍ଣୁପ୍ରିୟା।

Tags: #Rayagada #FamilyDisput #ExtraMaritalAffairs #PoliceCase

LEAVE A REPLY

Please enter your comment!
Please enter your name here