ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ କରଞ୍ଜ ଗ୍ରାମରେ ବୁଧବାର ଦିନ ମହୁମାଛି ଆକ୍ରମଣରେ ୧୮ ଜଣ ଆହତ ହୋଇଛନ୍ତି।

ଠାକୁରାଣୀଙ୍କ ଘଟପର୍ବ ସମୟରେ ଏକ ଗଛ ମୂଳେ ନିଆଁ ଜାଳି ପୂଜାର୍ଚ୍ଚନା କରିବାବେଳେ ଏହି ଅଘଟଣଟି ଘଟିଛି। ନିଆଁ ଜାଳିବା ପରେ ଗଛ ଉପରେ ଥିବା ମହୁମାଛି ବସାରେ ଧୂଆଁ ବାଜିଥିଲା। ଫଳରେ ମହୁମାଛିଗୁଡ଼ିକ ବାହାରକୁ ଆସି ଲୋକମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୧୮ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି ।ସମସ୍ତ ଆହତଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସେହିପରି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକରେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଙ୍କୀସାହି ଗ୍ରାମର ରାମଚନ୍ଦ୍ର ସ ବୁଧବାର ଦିନ ନିଜ ବାରି ସଫା କରି ଅଳିଆ ଗଦାରେ ନିଆଁ ଲଗାଇଥିଲେ। ଏହି ସମୟରେ ପାଖରେ ଥିବା ଗଛରୁ ମହୁମାଛି ଆସି ରାମଚନ୍ଦ୍ର ଏବଂ ବାରିରେ ଖେଳୁଥିବା ତାଙ୍କ ନାତି ଉପରେ  ଆକ୍ରମଣ କରିଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ରାମଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ।

Tags: #BeesAttack #Baleswar #Death #Rayagada

Comment