ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଲୁଟ୍ କରିବାର ନୂଆ ତରିକା ଆପଣେଇଛନ୍ତି ଲୁଟେରା। ନିଶା ଦ୍ରବ୍ୟ ଦେଇ ଜଣେ ବୃଦ୍ଧାଙ୍କଠାରୁ ତିନୋଟି ମୁଦି ଓ ନଗଦ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏପରି ଘଟଣା ଘଟିଛି ରାୟଗଡ଼ା ଶିରିଗୁଡ଼ା ସ୍କୁଲ ନିକଟରେ। ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ନା ସତ୍ୟନାରାୟଣ ପାଢ଼ୀ ବୋଲି ଜଣାପଡ଼ିଛି।

ରବିବାର ସତ୍ୟନାରାୟଣ ତାଙ୍କ ଦୋକାନରେ ଥିବା ବେଳେ ଜଣେ ଲୋକ ଆସି ପାଣି ବୋଟଲ ପ୍ୟାକେଟ୍‌ ପାଇଁ ବରାଦ ଦେଇଥିଲେ। ପରେ ଉକ୍ତ ବ୍ୟକ୍ତି ମାଲିକକୁ ଭେଟାଇବା ପାଇଁ କହି ସତ୍ୟନାରାୟଣଙ୍କୁ ବାଇକ୍‌ରେ ନେଇଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ସତ୍ୟନାରାୟଣ ଘରକୁ ଫେରି ନଥିଲେ।

ରବିବାର ସନ୍ଧ୍ୟାରେ ଟାଉନ୍ ଥାନା ପୋଲିସ ଖବର ପାଇ ଶିରିଗୁଡ଼ା ସ୍କୁଲ ନିକଟରୁ ସତ୍ୟନାରାୟଣଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରିଛି। ତେବେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଥାନାରେ କୈଣସି ଏତଲା ଦିଆଯାଇନାହିଁ।

Comment