ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ସୁନା ଗହଣା ଲୁଟ ଘଟଣାରେ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ମୟୂରଭଞ୍ଜ ଜିଲ୍ଲା ପୋଲିସ। ଗିରଫ ଅଭିଯୁକ୍ତମାନଙ୍କଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର, ନଗଦ ଟଙ୍କା ଏବଂ ଗାଡ଼ି ଜବତ କରାଯାଇଥିବା ମୟୂରଭଞ୍ଜ ଏସପି ସୂଚନା ଦେଇଛନ୍ତି।

କିଛି ଦିନ ପୂର୍ବରୁ ଭଞ୍ଜପୁର ଥାନା ଅଞ୍ଚଳର ଜଣେ ମହିଳାଙ୍କ ବେକରୁ ସୁନାହାର ଟାଣି ନେଇଥିଲେ ଦୁଇଜଣ ଦୁର୍ବୃତ୍ତ। ସମ୍ପୃକ୍ତ ମହିଳା ଭଞ୍ଜପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ। ଭଞ୍ଜପୁର ଥାନା ପୋଲିସ ଛିନତାଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ସୁନାଗହଣା ଲୁଟ କରି ଲୁଟେରାମାନେ କିଛି ସୁନା ଅଳଙ୍କାର ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ତଦନ୍ତ ସମୟରେ ପୋଲିସ ଜଣିବାକୁ ପାଇଥିଲା। ମହିଳାଙ୍କଠାରୁ ଗହଣା ଲୁଟିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରି ପଚରାଉଚରା କରିଥିଲା। ଅଭିଯୁକ୍ତମାନଙ୍କ ବୟାନ ଆଧାରରେ ଚୋରି ସୁନାଗହଣା କିଣିବା ଅଭିଯୋଗରେ ଜଣେ ଗହଣା ଦୋକାନୀଙ୍କୁ ପୋଲିସ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କଠାରୁ ପୋଲିସ ୩ ଲକ୍ଷରୁ ଊର୍ଦ୍ଧ୍ଵ ନଗଦ ଟଙ୍କା, ସୁନାଗହଣା, ସୁନା ବିସ୍କୁଟ, ବାଇକ ଏବଂ ମୋବାଇଲ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଝାଡ଼ଖଣ୍ଡ ଅଞ୍ଚଳର ରାଜେଶ ସାମଲ, ସୋମଦତ୍ତ ନାଏକ ଓ ବାରିପଦାର ସୁନା ଅଳଙ୍କାର ବ୍ୟବସାୟୀ ଅଧିରାଓ ବସନ୍ତ ସରକ। ପୂର୍ବରୁ ଏହି ଅଭିଯୁକ୍ତମାନଙ୍କ ନାଁରେ ଭଞ୍ଜପୁର ଥାନାରେ ୮ଟି ମାମଲା ରହିଛି।

ସେହିପରି ଅନ୍ୟ ଏକ ମାମଲାରେ ଜଣେ ବ୍ୟକ୍ତି ବାଇକରେ ୨୦ ଲିଟର ମନୋକଫ ସିରଫ ନେଇଯାଉଥିବା ବେଳେ କୁଳିଅଣା ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ରଜତ କୁମାର କର।

Tags: #MayurBhanj #TheftCase#Odisha #Loot #PoliceInvestigation

Comment