ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପ ବନ୍ଦର ବା ଟ୍ରଷ୍ଟ ପୋର୍ଟରେ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଏମ୍‌ବିବିଏସ୍‌ ପ୍ରାର୍ଥୀମାନେ ମାର୍ଚ୍ଚ ୧୧ରେ ଅନୁଷ୍ଠିତ ହେବାକୁ ଯାଉଥିବା ଓ୍ଵାକ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ।

  • ଆବେଦନର ଶେଷ ତାରିଖ ମାର୍ଚ୍ଚ ୧୧।
  • ଏହି ନିଯୁକ୍ତି ୬ ମାସ ପାଇଁ ଚୁକ୍ତିଭିତ୍ତିକ।

ପଦବୀ ସଂଖ୍ୟା– ୩

ଯୋଗ୍ୟତା:

ଏମ୍‌ବିବିଏସ୍‌ ଡିଗ୍ରୀ ସହ ଇଣ୍ଟର୍ଣ୍ଣସିପ୍‌ ପରେ ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା– ୬୩ ବର୍ଷରୁ କମ୍‌ ବୟସ୍କ

ଦରମା– ୭୦,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନିଜର ବାୟୋଡୀଟୀ, ଶିକ୍ଷାଗତ କାଗଜପତ୍ର ଏବଂ ଅଭିଜ୍ଞତା ପ୍ରମାଣପତ୍ର ସହ ମାର୍ଚ୍ଚ ୧୧ ସକାଳ ୧୦ଟା ସୁଦ୍ଧା ନିମ୍ନଲିଖିତ ଠିକଣାରେ ପହଞ୍ଚାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– ଅଫିସ୍‌ ଅଫ୍‌ ଦି ସେକ୍ରେଟାରୀ, ପାରାଦୀପ ପୋର୍ଟ ଟ୍ରଷ୍ଟ, ଜିଲ୍ଲା- ଜଗତସିଂହପୁର, ଓଡ଼ିଶା- ୭୫୪୧୪୨

ଅଧିକ ଜାଣିବା ପାଇଁ paradipport.gov.in ରେ ଲଗ୍‌ଇନ୍‌ କରନ୍ତୁ।

 

Comment