ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୧ରୁ ରାଜ୍ୟରେ କଡ଼ାକଡ଼ି ଭାବେ ଟ୍ରାଫିକ ଯାଞ୍ଚ ଚାଲିଛି। ଟ୍ରାଫିକ ନିୟମରେ ଯେଉଁମାନେ ଖିଲାପ କରୁଛନ୍ତି ସେମାନଙ୍କଠାରୁ ମୋଟା ଅଙ୍କର ତଣ୍ଡ ଆଦାୟ କରୁଛି ପରିବହନ ବିଭାଗ।

ଟ୍ରାଫିକ ଧରପଗଡ଼ ଜୋରଦାର ଚାଲିଥିବା ବେଳେ ଡାଲା ଅଟୋରେ ଦଉଡ଼ିକୁ ସିଟ ବେଲ୍ଟ ଭାବେ ବାନ୍ଧି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଡ୍ରାଇଭର। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। କୋରାପୁଟ ଜିଲ୍ଲା ଜୟପୁର ସହରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।

ନୂଆ ମୋଟରଯାନ ଆଇନ ଲାଗୁ ହେବାର ୬ ପରେ ବି ସାଧାରଣରେ କିଛି ଫରକ ପଡୁନଥିବା ଦେଖିବାକୁ ମିଳିଛି। ଅଟୋ ଚାଳକଙ୍କ ସିଟ୍‌ ବେଲ୍ଟ ଭାବେ ଦଉଡ଼ି ବାନ୍ଧି ଲୋକଙ୍କୁ ଏକ ବାର୍ତ୍ତା ଦେଇଛନ୍ତି।

ଆପଣ ସମସ୍ତେ ଜାଣିଥିବେ ଯେ ଡାଲା ଅଟୋରେ ସିଟ୍‌ ବେଲ୍ଟ ନଥାଏ। ତଥାପି ଡ୍ରାଇଭର ଜଣକ ଲୋକଙ୍କୁ ସିଟ୍ ବେଲ୍ଟ ପ୍ରତି ସଚେତନ କରିବା ସହିତ ନିଜ ସୁରକ୍ଷା ପାଇଁ ଏଭଳି କରିଥିବା ସେ କହିଛନ୍ତି।

Comment