ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଆତ୍ମହତ୍ୟା କଲେ ଯୁବକ। ବୁଧବାର ସ୍ଥାନୀୟ ମାରଙ୍ଗପାଳି ଗ୍ରାମର ସନ୍ତୋଷ ଗଣ୍ଡ ନାମକ ଜଣେ ଯୁବକ ଶାଢ଼ୀକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି।

ସନ୍ତୋଷଙ୍କ ମା ଓ ଭାଇ କୌଣସି କାମରେ ଅନ୍ୟ ଗାଁ’କୁ ଯାଇଥିଲେ। ଘରେ କେହି ନଥିବା ସମୟରେ ସନ୍ତୋଷ ଏହାର ସୁଯୋଗ ନେଇ ସେ ସେଠାକାର ଏକ ମକାବାଡ଼ ଭିତରେ ଆତ୍ମହତ୍ୟା କରିଛନ୍ତି। ବୁଧବାର ଭୋର ସମୟରେ ମକାବାଡ଼ର ମାଲିକ ସୁବ୍ରତ ଗଣ୍ଡ ପାଣି ଦେବାକୁ ଯିବା ସମୟରେ ଆମ୍ବ ଗଛରେ ସନ୍ତୋଷଙ୍କର ଝୁଲନ୍ତା ଶବ ଦେଖି ପୋଲିସକୁ ଜଣାଇଥିଲେ।

ଘଟଣା ସ୍ଥଳରେ ରାଇଘର ଥାନା ପୋଲିସ ଏଏସ୍ଆଇ କୃଷ୍ଣ ଗୌଡ଼ ପହଞ୍ଚି ଛାନ୍ ବିନ୍ ଆରମ୍ଭ କରିଛନ୍ତି। ଯୁବକ ଜଣକ କ’ଣ ପାଇଁ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସକୁ କୌଣସି ସୂଚନା ମିଳିପାରିନି।

Comment