ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ହିଂସାରେ ୩ଟି ମାମଲରେ ଜଡ଼ିତ ଅଭିଯୁକ୍ତ ଆପ୍‌ କାଉନସିଲର ତାହିର ହୁସେନଙ୍କୁ ଗିରଫ କରିଛି ପୋଲିସ। ତାହିର ଆଜି ଆତ୍ମସମର୍ପଣ ପାଇଁ ରାଓଜ ଏଭେନ୍ୟୁ କୋର୍ଟରେ ଆବେଦନ କରିଥିଲେ। ଏହି ପିଟିସନ୍‌କୁ କୋର୍ଟ ଖାରଜ କରି ଦେଇଥିଲେ। ଏହାପରେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ତାହିର ହୁସେନଙ୍କୁ ଗିରଫ କରିଥିଲା।

ଆତ୍ମସମର୍ପଣ ପିଟିସନ୍‌ ଉପରେ ଶୁଣାଣି ବେଳେ ହୁସେନଙ୍କ ଓକିଲ କହିଥିଲେ ଯେ ମାମଲାର ଶୁଣାଣି କରି କୋର୍ଟ ଏହା ଉପରେ କିଛି ଆଦେଶ ଦିଅନ୍ତୁ, ନହେଲେ ଏହାକୁ ଅନ୍ୟ କୋର୍ଟକୁ ପଠାନ୍ତୁ। ହେଲେ ଏହା ଆମ ନ୍ୟାୟିକ କ୍ଷମତା ମଧ୍ୟରେ ଆସୁନଥିବା ଦର୍ଶାଇ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।

ଦିଲ୍ଲୀରେ ହୋଇଥିବା ସିଏଏ ହିଂସାରେ ତାହିରଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ତାହିରଙ୍କ ଘରୁ ଢେଲାପଥର ମାଡ଼ ହୋଇଥିବା ଅଭିଯୋଗରେ କୁହାଯାଇଥିଲା। ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପରେ ତାହିରଙ୍କୁ ଆପ୍‌ ଦଳରୁ ବହିଷ୍କାର କରିଥିଲା।

Comment