ଓଡ଼ିଶାଲାଇଭ ବ୍ୟୁରୋ
ଦିଲ୍ଲୀ ଦଙ୍ଗା ପ୍ରଭାବିତ ଅଞ୍ଚଳ ବୁଲିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛି ବିଜେପି। ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପୂର୍ବରୁ ରାହୁଲ ନିଜର କୋରୋନା ଯାଞ୍ଚ କରନ୍ତୁ ବୋଲି କହିଛନ୍ତି ବିଜେପି ସାଂସଦ ରମେଶ ବିଧୁଡ଼ି।
“୬ଦିନ ତଳେ ଇଟାଲୀରୁ ଭାରତ ଫେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କୋରୋନା ଭାଇରସରେ ଇଟାଲୀ ବହୁ ପ୍ରଭାବିତ ହୋଇଛି। କୋରୋନା ଏକ ସଂକ୍ରମଣ ରୋଗ। ଦିଲ୍ଲୀ ଦଙ୍ଗା ଅଞ୍ଚଳ ବୁଲି ଦେଖିବା ପୂର୍ବରୁ ସେ ନିଜର କୋରନା ଯାଞ୍ଚ କରନ୍ତୁ’’, କହିଛନ୍ତି ବିଜେପି ସାଂସଦ ରମେଶ ବିଧୁଡ଼ି।
ଇଟାଲୀରୁ ଫେରିବା ପରେ ବିମାନବନ୍ଦରରେ ରାହୁଲ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ନା ନାହିଁ? ଯଦି ସେ ଯାଞ୍ଚ କରାଇ ନାହାନ୍ତି ତେବେ ଦିଲ୍ଲୀ ଅଞ୍ଚଳ ପରିଦର୍ଶନ କରିବାର ନଥିଲା ବୋଲି କହିଛନ୍ତି ସାଂସଦ।
ଭାରତରେ ବର୍ତ୍ତମାନ ସୁଦ୍ଧା ୨୯ କୋରୋନା ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ ୧୬ଜଣ ଇଟାଲୀ ନାଗରିକ ରହିଛନ୍ତି। ଏନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


















