ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୁଣଡୁଳୁବା ଗାଁ ପାଖ ସମୁଦ୍ର କୂଳ ନିକଟରୁ ଏକ ବିରାଟ ତିମି ମାଛର ମୃତଦେହ ଉଦ୍ଧାର କରାଯାଇଛି। ମୃତ ତିମି ଟି ବ୍ଲୁ ହ୍ୱିଲ ପ୍ରଜାତିର ଓ ଏହାର ଲମ୍ବ ପ୍ରାୟ ୩୫ ଫୁଟ ରହିଛି।

ଗୁରୁବାର ସନ୍ଧ୍ୟାରେ ମୃତ ତିମିକୁ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଶୁକ୍ରବାର ସକାଳୁ ଅସ୍ତରଙ୍ଗ ବନ କର୍ମଚାରୀ ପହଞ୍ଚି  ଜେସିବି ସାହାଯ୍ୟରେ ତିମିକୁ ଉଦ୍ଧାର କରିଛନ୍ତି। କେଉଁ କାରଣରୁ ତିମିଟିର ମୃତ୍ୟୁ ଘଟିଲା ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ସମୁଦ୍ରରେ ଚଳାଚଳ କରୁଥିବା ଟ୍ରଲର ଧକ୍କାରେ ତିମିର ମୃତ୍ୟୁ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଗତ ୪ ଦିନ ତଳେ ଗଞ୍ଜାମ ଜିଲ୍ଲା ସୁନାପୁର ସମୁଦ୍ରରୁ ଏକ ବିରାଟକାୟ ତିମିର ମୃତଦେହ ଉଦ୍ଧାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here