ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗର ପ୍ରସିଦ୍ଧ ପ୍ରର୍ଯ୍ୟଟନ ସ୍ଥଳ ପୀର ଜାହାନିଆର ବିକାଶ ହେବ। ଏଥିପାଇଁ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ମଙ୍ଗଲବାର ଦିନ ଅସ୍ତରଙ୍ଗ ଆସି ପୀର ଜାହାନିଆ ବୁଲି ଦେଖିଥିଲେ। ରାସ୍ତାର ବିକାଶ ,ସୁଦ୍ଧ ପାନୀୟ ଜଳ, ରାସ୍ତାକଡ଼ରେ ସୁନ୍ଦର ଗଛ, ପାର୍କିଂ ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ପ୍ରର୍ଯ୍ୟଟକମାନେ ରୋଷେଇ କରିବା ଲାଗି ଅଧିକ ପିଣ୍ଡି ଓ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ସ୍ଥାୟୀ ଦୋକାନ ଯୋଗାଇ ଦେବା ନେଇ ଜିଲ୍ଲା ଜଙ୍ଗଲ ଅଧିକାରୀ , ଅସ୍ତରଙ୍ଗ ବ୍ଳକ୍ ଅଧିକାରୀ ସ୍ଵାଧିନ କୁମାର ନାୟକ , ପରିବେଶବିତ୍‌ ସୋଭାକର ବେହେରାଙ୍କ ସମେତ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ ବଲଓ୍ୱନ୍ତ ସିଂହ। ଖୁବଶୀଘ୍ର ଜାହାନିଆରେ ଏହିସବୁ ବ୍ୟବସ୍ଥା କରାଯିବ ବୋଲି ବଲଓ୍ୱନ୍ତ ସିଂ କହିଛନ୍ତି।

LEAVE A REPLY

Please enter your comment!
Please enter your name here