ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଲୋକମାନଙ୍କ କରୋନା ଟେଷ୍ଟ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ମେଡିକାଲକୁ କୋଭିଡ୍ କିଟ୍ ଦେଉଛନ୍ତି। କିନ୍ତୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ରତନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ। ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଲ୍ୟାବ୍ ଟେକ୍ନିସିଆନ କୋଭିଡ୍ କିଟ୍‌କୁ ବେଆଇନ୍ ଭାବେ ବିକ୍ରି କରିଥିବା ଅଭିଯୋଗ ହୋଇଛି।

ରତନପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଲ୍ୟାବ୍ ଟେକ୍ନିସିଆନ ଭାବେ କାମ କରୁଥିବା ଜ୍ଞାନ ରଞ୍ଜନ ବେହେରା କିଛି କୋଭିଡ୍ କିଟ୍‌କୁ ବାହାରେ ବିକ୍ରି କରିଥିବା ଜଣାପଡ଼ିଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଡାକ୍ତର ସଞ୍ଜୟ ପ୍ରଧାନ ଥାନାରେ ଏତଲା ଦେବାପରେ ଟେକ୍ନିସିଆନ ଜ୍ଞାନ ରଞ୍ଜନ ବେହେରାଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଗିରଫ କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।କରୋନା ମହାମାରୀକୁ ସଠିକ ଭାବେ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଅନେକ ସମୟରେ କିଛି ଅସାଧୁ ଲୋକଙ୍କ ପାଇଁ ସରକାରଙ୍କର ଏହି ସବୁ ପଦକ୍ଷେପ ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏଭଳି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Comment