ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀକୁ ପ୍ରତିଦିନ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସନ୍ତି। ଅନ୍ତର୍ଜାତୀୟ ସ୍ତରରେ ପୁରୀର ନାଁ ରହିଛି। ତେଣୁ ଏହି ସହରକୁ ଆହୁରି ଚମକାଇବା ପାଇଁ ଜିଲ୍ଲା ପ୍ରଶାସନ ଏବେ ଆଉ ଏକ ପଦକ୍ଷେପ ନେଇଛି। ସହରର ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ଆଜିଠାରୁ ସପ୍ତାହ ବ୍ୟାପୀ ‘ମୋ ଧାମ, ମୋ ଗର୍ବ’ ଅଭିଯାନ ଆରମ୍ଭ ହୋଇଛି।

ସ୍ୱଚ୍ଛତା ନେଇ ପୌରାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଜନ ସାଧାରଣ ମାନେ ସଂକଳ୍ପ ନେବାପାଇଁ ପୁରୀ ଜିଲ୍ଲାପାଳ ବଳଓ୍ୱନ୍ତ ସିଂ ଆହ୍ୱାନ ଦେଇଛନ୍ତି।

‘‘ସହରବାସୀଙ୍କ ସହଯୋଗ ରହିଲେ ସ୍ୱଚ୍ଛତା କ୍ଷେତ୍ରରେ ଭାରତର ଅନ୍ୟ ସମସ୍ତ ତୀର୍ଥକ୍ଷେତ୍ର ପାଇଁ ଶ୍ରୀକ୍ଷେତ୍ର ଉଦାହରଣ ହୋଇପାରିବ। ୨୦୨୧ ସ୍ୱଚ୍ଛ ସର୍ବେକ୍ଷଣରେ ପୁରୀ ଦେଶରେ ୧ ନମ୍ବର ସ୍ଥାନ ହାସଲ କରିପାରିବ’’, କହିଛନ୍ତି ଜିଲ୍ଲାପାଳ ବଳଓ୍ୱନ୍ତ ସିଂ।

ଏଥସହିତ ସୁସ୍ଥ ଓ ସ୍ୱଚ୍ଛ ପରିବେଶରେ ରହିଲେ ସମସ୍ତଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ଓ ସମସ୍ତେ ସୁସ୍ଥ ରହିବେ ବୋଲି କହିଛନ୍ତି ଜିଲ୍ଲାପାଳ।

Comment