ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଏପରି ଅନେକ ମନ୍ଦିର ରହିଛି ଯାହାର ପ୍ରଥା, ପରମ୍ପରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ଭାରତରେ ଏଭଳି ଏକ ମନ୍ଦିର ଅଛି ଯେଉଁଠି ତିମି ମାଛ ପୂଜା କରାଯାଏ।

ଗୁଜରାଟର ବଲସାଡ ଜିଲ୍ଲାରେ ମଗୋଦ ଡୁଙ୍ଗରୀ ଗାଁରେ ଏଭଳି ଏକ ମନ୍ଦିର ରହିଛି। ଏହି ମନ୍ଦିର ମତ୍ସ୍ୟ ମାତାଜୀ ନାମରେ ଖୁବ ପରିଚିତ। ଏହି ମନ୍ଦିରରେ ତିମି ମାଛର ହାଡ଼ ପୂଜା ପାଇଥାଏ। ଏଠାକାର ମାଛଧରାଳୀମାନେ ଏହି ମନ୍ଦିରଟିକୁ ସ୍ଥାପନା କରିଛନ୍ତି। ମାଛ ମାରିବାକୁ ଯିବା ପୂର୍ବରୁ ପ୍ରତି ମାଛଧରାଳୀମାନେ ଏଠାରେ ପ୍ରଣା କରି ଯାଇଥାନ୍ତି। ନଚେତ୍ ସେମାନଙ୍କର କୌଣସି ନା କୌଣସି ଅଘଟଣା ଘଟିଥାଏ।

୩୦୦ ବର୍ଷ ତଳର ଏହି ମନ୍ଦିରକୁ ନେଇ ଏକ କିମ୍ବଦନ୍ତୀ ମଧ୍ୟ ଶୁଣିବାକୁ ମିଳିଥାଏ। ଗାଁରେ ସେତେବେଳେ ଏହି ମନ୍ଦିର ନଥିଲା। ଦିନେ ଗାଁର ଜଣେ ଲୋକ ପ୍ରଭୁ ଟଣ୍ଡେଲକୁ ସ୍ୱପ୍ନାଦେଶ ହେଲେ ଯେ, ସମୁଦ୍ର କୂଳକୁ ଗୋଟିଏ ବଡ଼ ମାଛ ଆସିଛି। ପରେ ଏହି ମାଛଟି ଜଣେ ଦେବୀଙ୍କ ରୂପ ଧାରଣ କରୁଛି। ହେଲେ ତାପରେ ତାଙ୍କର ମୃତ୍ୟୁଘଟିଯାଉଛି।

ପରଦିନ ସକାଳୁ ପ୍ରଭୁ ଟଣ୍ଡେଲ ସମୁଦ୍ର କୂଳରେ ଏକ ବିଶାଳ ମାଛକୁ ଦେଖିଲେ। ସେ ସମୟରେ ମାଛଟି ସେଠାରେ ମରି ପଡ଼ିଥିଲା। ଏହାପରେ ପ୍ରଭୁ ଟଣ୍ଡେଲ ସେହି ମାଛକୁ ସେଠାରେ ପୋତି ସେଥିରୁ ବାହାରିଥିବା ହାଡ଼କୁ ନେଇ ଏକ ମନ୍ଦିର ସ୍ଥାପନା କରିଥିଲେ। ସେହିଦିନଠାରୁ ସେହି ମନ୍ଦିରରେ ସେହି ତିମି ମାଛର ହାଡ଼ ପୂଜା ପାଉଛି। ଯାହାକୁ ସେଠାକାର ଅଧିବାସୀ ମତ୍ସ୍ୟ ମାତା ଭାବରେ ପୂଜା କରୁଛନ୍ତି।

Comment