ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଦେବୀ ନଦୀ ମୁହାଣଠାରୁ କେଳୁଣି ମୁହାଣ ପର୍ଯ୍ୟନ୍ତ ଅନେକ କଇଁଛ ମରି ପଡ଼ିଛନ୍ତି। ମୃତ କଇଁଛଗୁଡ଼ିକକୁ କୁକୁର ଓ କାଉ ଖାଉଥିବା ବେଳେ ଦୁର୍ଗନ୍ଧ ଯୋଗୁଁ ବେଳାଭୂମିରୁ ମୁହଁ ଫେରାଇ ନେଉଛନ୍ତି ପର୍ଯ୍ୟଟକ।

ଏବେ କଇଁଛମାନଙ୍କ ପ୍ରଜନନ ସମୟ ହୋଇଥିବାରୁ ନଭେମ୍ବର ମାସଠାରୁ ୭ମାସ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରରେ ଟ୍ରଲର ଓ ଯନ୍ତ୍ରଚାଳିତ ବୋଟ୍‌ ନେଇ ମାଛ ମାରିବାକୁ ନିଷେଧ କରାଯାଇଛି। ଏହି ୭ମାସରେ ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବୀକାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପଞ୍ଜିକୃତ ମତ୍ସ୍ୟଜୀବୀଙ୍କୁ ପ୍ରତିମାସରେ ୭ହଜାର ୫ଶହ ଟଙ୍କା ଦେଉଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର କଇଁଛ ସୁରକ୍ଷା ସଚେତନ କରାଯାଉଥିଲେ ବି କଇଁଛମାନଙ୍କୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ।

କଇଁଛ ସୁରକ୍ଷା ଲାଗି ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏସବୁ ବ୍ୟବସ୍ଥା ପରେ ବି ଜିଲ୍ଲା ପ୍ରଶାସନ ଫେଲ୍‌ ମାରୁଛନ୍ତି।

Comment