ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ରୁଷିକୂଲ୍ୟା ନଦୀ ମୁହାଣରେ ଗଣ ଅଣ୍ଡାଦାନ ଆରମ୍ଭ କରିଛନ୍ତି ଅଲିଭ ରିଡଲେ କଇଁଛ। ଶୁକ୍ରବାର ରାତିରୁ କଇଁଛମାନେ ଏଠାରେ ଅଣ୍ଡାଦେବା ଆରମ୍ଭ କରିଛନ୍ତି।

କୌଣସି ପର୍ଯ୍ୟଟକମାନେ ଯେଭଳି କଇଁଛମାନଙ୍କ ଅଣ୍ଡାଦାନ ସମୟରେ ଭିଡ଼ ନକରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ରାଜ୍ୟରେ ଏବେ କରୋନା ଭାଇରସକୁ ନେଇ ସ୍ଥିତି ଗମ୍ଭୀର ଥିବାବେଳେ କଇଁଛମାନେ କିଭଳି ସୁରୁଖୁରରେ ଅଣ୍ଡାଦେବେ ତାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଅନ୍ୟପଟେ ବନ ବିଭାଗ ପକ୍ଷରୁ ରୁଷିକୂଲ୍ୟା ମୁହାଣରୁ ବଟେଶ୍ୱର ଶୈବପୀଠ ମଧ୍ୟରେ ୫ କିମି ଦୂରତା ପର୍ଯ୍ୟନ୍ତ ୬ ଫୁଟ ଉଚ୍ଚତାର ଜାଲି ଘେରାଯାଇଛି। ଏଥିସହିତ ୫୦ଟି ସେଗମେଣ୍ଟ କରାଯାଇ ପ୍ରତିଟି ସେଗମେଣ୍ଟରେ ଜଣେ ଜଣେ କର୍ମଚାରୀଙ୍କୁ ମୁତୟନ କରଯାଇଛି। ଏପରିକି କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ସିସିଟିଭି ଓ ଡ୍ରୋନ୍ କ୍ୟାମେରାର ମଧ୍ୟ ବ୍ୟବସ୍ଥା କରାଯାଇଛି।

Comment