ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଅଭିଯାନ ଅବସରରେ ପୁରୀ ବେଳାଭୂମିରେ ଚାଲିଛି ସଫେଇ କାଯ୍ୟକ୍ରମ। ଏହି ବିଶାଳ ମୋ ବିଚ୍‌ କାର୍ଯ୍ୟକ୍ରମରେ ଯୋଗ ଦେଲେ ବଲିଉଡ ତଥା ଟଲିଉଡ ଅଭିନେତା ବିଦ୍ୟୁତ୍‌ ଜମ୍ମଓ୍ୱଲ। ସେ ଏହି ସଫେଇ ଅଭିଯାନରେ ଯୋଗ ଦେଇ ବେଳାଭୂମିକୁ ସ୍ଵଚ୍ଛ ଓ ସୁନ୍ଦର ଭାବେ ଗଢ଼ି ତୋଳିବାକୁ ବାର୍ତ୍ତା ଦେଇଛନ୍ତି।

ସେ କହିଛନ୍ତି, ‘‘ମୁଁ ପୁରୀରେ ହେଉଥିବା ବିଚ୍‌ ସଫେଇ କାର୍ଯ୍ୟରେ ଭାଗ ନେଇ ବହୁତ ଖୁସି। ମୁଁ ଚାହୁଁଛି ସମସ୍ତେ ଏହି ଅଭିଯାନରେ ସାମିଲ ହୁଅନ୍ତୁ ଏବଂ ନିଜ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖନ୍ତୁ।’’

ପୁରୀ ଜିଲ୍ଲାର ପ୍ରାୟ ୧୦୦ କିଲୋମିଟର ବ୍ୟାପୀ ବେଳାଭୂମିରେ ଏକାଠି ହୋଇଛନ୍ତି ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଓ ପ୍ରଶାସନ। ବେଳାଭୂମିକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସମେତ ଓଲିଉଡ ବଲିଉଡ ଅଭିନେତା ଓ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗ ଦେଇ ପୁରୀ ବେଳାଭୂମି ସଫେଇ କାର୍ଯ୍ୟ କରୁଛନ୍ତି।

ବିଦ୍ୟୁତ୍‌ ଏନେଇ ଏକ ଟୁଇଟ କରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ‘‘ମୋ ଜଙ୍ଗଲୀ ଫିଲ୍ମ ଓଡ଼ିଶାରେ ସୁଟିଂ ହୋଇଥିଲା। ପୁରୀ ବେଳାଭୂମି ଦେଶର ସବୁଠୁ ସୁନ୍ଦର ବେଳାଭୂମି ମଧ୍ୟରେ ଗୋଟିଏ। ପୁରୀ ବେଳାଭୂମି ସବୁଠୁ ସଫା ଓ ସୁନ୍ଦର।’’

Comment