ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦାୟ ନେଇଛି ୨୦୧୯। ସାରାଦେଶ ଏବେ ନୂଆବର୍ଷକୁ ନେଇ ସେଲିବ୍ରେସନ୍‌ ମୁଡ୍‌ରେ ରହିଛି। ଦେଶବାସୀ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଉଥିବା ବେଳେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଲୁକା କଳା ତିଆରି କରି ଦେଶବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ଏହାସହ ସେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ଆଉ ଏକ ବାଲୁକାକଳା ତିଆରି କରି ସେଥିରେ ହାପି ନ୍ୟୁ ଇୟର ୨୦୨୦ ତିଆରି କରିଛନ୍ତି।

ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ଦେଖିବା ପାଇଁ ପୁରୀ ବେଳାଭୂମିରେ ଲୋକଙ୍କ ଭିଡ଼ ଜମିଛି।

Comment