ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ‘କରୋନାକୁ ନେଇ ବିଶ୍ୱବାସୀ ଆତଙ୍କିତ ହୁଅନ୍ତୁ ନାହିଁ। ସଚେତନ ରହିଲେ ହିଁ କରୋନାରୁ ପ୍ରତିହତ କରାଯାଇପାରିବ।’ ବାଲୁକାକଳା ମାଧ୍ୟମରେ ଲୋକମାନଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସତ୍ୟ ମହାରଣା।

ବିଶ୍ୱବାସୀ ଆତଙ୍କିତ ନ ହେବା ପାଇଁ ବାଲୁକାକଳାରେ ବାର୍ତ୍ତା ଦେଇଛନ୍ତି ଗଞ୍ଜାମର ବାଲୁକାଶିଳ୍ପୀ ସତ୍ୟ ମହାରାଣା।

ସତ୍ୟ ନୀଳକଣ୍ଠ ନଗର ନିକଟସ୍ଥ ଦ୍ୱିତୀୟ ଲାଇନରେ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି। କରୋନା ଭାଇରସକୁ ନେଇ ଅଯଥା ଆତଙ୍କିତ ନ ହେବା ପାଇଁ ସେ ଲୋକମାନଙ୍କୁ ବାର୍ତ୍ତା ଦେଇଛନ୍ତି।

ସତ୍ୟ ମହାରଣା ବାଲୁକାକଳା କ୍ଷେତ୍ରରେ ୧୦ଟି ବିଶ୍ୱ ରେକର୍ଡ, ୧ ଏସିଆ ବୁକ ଅଫ୍‌ ରେକର୍ଡ ଓ ୭ଟି ଇଣ୍ଡିଆ ବୁକ୍‌ ରେକର୍ଡ ହାସଲ କରିଛନ୍ତି।

Comment