ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭୂତାଣୁର ଭୟଭୟତା ଏବେ ସାରା ବିଶ୍ଵରେ ଖେଳିଯାଇଛି। ସଚେତନତା ହିଁ ଏଥିରୁ ଆମକୁ ରକ୍ଷା କରିପାରିବ। ଏଥିପାଇଁ ସାବୁନରେ ହାତ ଧୋଇବା, ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଭଳି କିଛି ସତର୍କତା ଅବଲମ୍ବନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ନିର୍ଦ୍ଦେଶାବଳୀ ରହିଛି। ହେଲେ ଅନେକ ଦିବ୍ୟାଙ୍ଗ ଅଛନ୍ତି, ଯେଉଁମାନଙ୍କ ପାଇଁ ଏହି ଉପାୟ କଷ୍ଟକର ହୋଇଥାଏ।

ଦିବ୍ୟାଙ୍ଗମାନେ ସମ୍ମୁଖୀନ ହେଉଥିବା ସମସ୍ୟା

ହାତ ଧୋଇବା: କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞମାନେ ହାତ ବାରମ୍ବାର ଧୋଇବା ପାଇଁ ପରାମର୍ଶ ଦେଇଛନ୍ତି। ହେଲେ ଦିବ୍ୟାଙ୍ଗ ପାଇଁ ପାଣି ସିଙ୍କ୍‌ ପାଖକୁ ଯାଇ ଭଲ ଭାବରେ ହାତ ଧୋଇବା ଏତେ ସହଜ ନଥାଏ।

କ୍ୱାରେଣ୍ଟାଇନ୍: କରୋନା ଭାଇରସ୍‌ରୁ ନିଜକୁ ଦୂରେଇବା ପାଇଁ ଗୋଟେ ମାତ୍ର ଉପାୟ ସାମାଜିକ ଦୂରତା। ଏଥିପାଇଁ ବିଶେଷଜ୍ଞମାନେ ଘରେ ରହିବାକୁ ବା ସାମାଜିକ ଦୂରତାଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଜଣେ ବିଦ୍ୟାଙ୍ଗକୁ ଜଣେ ସହଯୋଗୀର ଆବଶ୍ୟକତା ହୋଇଥାଏ। ଏପରି କ୍ଷେତ୍ରରେ ହୋମ୍‌ ଆଇସୋଲସନ୍‌ ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ।

କେମିତି ଭିନ୍ନକ୍ଷମଙ୍କ ଯତ୍ନ ନେବେ?

ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ନିୟମିତ ଯାଞ୍ଚ କରିବା ଆବଶ୍ୟକ।

କୋଭିଡ୍‌-୧୯ରୁ ସୁରକ୍ଷିତ ରହିବା ପାଇଁ ସମସ୍ତ ସାନିଟାଇଜିଂ ସାମଗ୍ରୀ ଓ ମାସ୍କ ପୂର୍ବରୁ ସେମାନଙ୍କୁ ପ୍ରଦାନ କରିବା ଉଚିତ।

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପରିବାର ସେମାନଙ୍କ ସହଯୋଗ କରିବା ଉଚିତ। ଏହି ମୁହୂର୍ତ୍ତରେ ସେମାନଙ୍କ ସେବା କେମିତି ନିଆଯିବ ଡାକ୍ତରମାନଙ୍କଠାରୁ ପରାମର୍ଶ ନେବା ଆବଶ୍ୟକ।

ସେମାନଙ୍କୁ ହାତ ସଫା କରିବା ବା ପରିଷ୍କାର ପରିଚ୍ଛନ ଉପରେ ଅବଗତ କରାଇବା ଆବଶ୍ୟକ।

Comment