ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ର ଆଜି ପ୍ରଥମ ଦିନ। ମଙ୍ଗଳବାର ମଧ୍ୟରାତିରୁ ଦେଶରେ ଳକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଘରୁ ପଦାକୁ ନ ବାହାରିବା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ।

ତାଲାବନ୍ଦର ପ୍ରଥମ ଦିନରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ଚାଲିଛି ଜୋରଦାର ଚେକିଂ। ଯେଉଁମାନେ ତାଲାବନ୍ଦକୁ ବେଖାତିର କରି ଘରୁ ବାହାରୁଛନ୍ତି ସେମାନଙ୍କୁ ପୋଲିସ ପଚରାଉଚରା କରି ଫେରାଇ ଦେଉଥିବାର ଦେଖିବାକୁ ମିଳିଛି।

ଯେଉଁମାନେ ଜରୁରୀ ସେବାରେ ଅଛନ୍ତି ସେମାନେ ତାଙ୍କ ଆଇକାର୍ଡ, ଡକ୍ୟୁମେଣ୍ଟ ଦେଖାଇ ଯିବା ଆସିବା କରୁଛନ୍ତି।

Comment