ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ଧରୁନାହିଁ। ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ସର୍ବାଧିକ ୫୨ ଜଣଙ୍କର ଜୀବନ ନେଇଛି କରୋନା ମହାମାରୀ। ପ୍ରଥମଥର ପାଇଁ ଦୈନିକ ମୃତ୍ୟୁ ସଂଖ୍ୟା ୫୦ପାର୍ ହୋଇଛି। ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୨୪୮ରେ ପହଞ୍ଚିଛି।

ତଥ୍ୟ ଅନୁସାରେ ବରଗଡ଼ରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଭୁବନେଶ୍ୱରରୁ ୫ ଜଣ, ବୌଦ୍ଧରୁ ଜଣେ, କଟକରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୫ ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି କନ୍ଧମାଳରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ମୟୂରଭଞ୍ଜରୁ ୨ ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୫ ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୫ ଜଣ ପ୍ରାଣ ହରାଇଛନ୍ତି ।ଅନ୍ୟପଟେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରୁ ୨୮୦୩ଜଣ ନଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୯୭ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ, ୧୨୦୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ନୂଆ ସଂକ୍ରମିତଙ୍କ ମିଶାଇ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୯ଲକ୍ଷ ୨୪ହଜାର ୬୯୯ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୩୩୫୮ଜଣଙ୍କୁ ମିଶାଇ ସମୁଦାୟ ୮ଲକ୍ଷ ୯୦ହଜାର ୭୭୮ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment