ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦଳିଗଲା କ୍ୟାଲେଣ୍ଡର। ୨୦୧୯ ଗଲା, ଆସିଲା ୨୦୨୦। ନୂଆବର୍ଷ ପାଳନ ନେଇ ସବୁଆଡ଼େ ଉତ୍ସବର ପରିବେଶ। ନାଚ, ଗୀତ ଓ ବାଣ ଫୁଟାଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ଲୋକେ। ନୂତନବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମୋଦୀ ଟୁଇଟ୍‌ କରିଛନ୍ତି, ‘‘ଏହି ନବବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ। ଆପଣମାନଙ୍କୁ ୨୦୨୦ର ହାର୍ଦ୍ଦିକ ଶୁଭକାମନା ଓ ଶୁଭେଚ୍ଛା।’’

ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ‘‘ଦେଶବାସୀଙ୍କୁ ନୂଆବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ମଜବୁତ୍‌ ଓ ବିକଶିତ ଭାରତର ନିର୍ମାଣ କରିବା ପାଇଁ ଆମେ ସମସ୍ତେ ଏକତ୍ରିତ ହୋଇ ଆଗକୁ ବଢ଼ିବା। ମୋର ପ୍ରାର୍ଥନା ଯେ, ନୂଆବର୍ଷ ଆପଣ ସମସ୍ତଙ୍କ ପାଇଁ ସୁଃଖ ଓ ସମୃଦ୍ଧି ଆଣିଦେଉ।’’

Comment