ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଥିବା ଜାହାନିଆ ସମୁଦ୍ରରେ ଘଟିଛି ଅଘଟଣ। ଶନିବାର ଏଠାରେ ଦୁଇ ଜଣ ଛାତ୍ର ସମୁଦ୍ରରେ ଭାସିଯାଇଛନ୍ତି। ସେମାନଙ୍କ ଭିତରୁ ଜଣକୁ ଉଦ୍ଧାର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ଜଣେ ଯୁବକ ନିଖୋଜ ରହିଛନ୍ତି।ଶନିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନୟରିଂ କଲେଜର ଛାତ୍ର ଏଠାକୁ ଆସିଥିଲେ। ସେଠାରେ ଗାଧୋଉଥିବାବେଳେ ତାଙ୍କ ଭିତରେ ହଠାତ୍ ଦୁଇ ଜଣ ଛାତ୍ର ସମୁଦ୍ରରେ ବୁଡ଼ିଯାଇଥିଲେ। ଏହାପରେ ସ୍ଥାନୀୟ ବାସିନ୍ଧାମାନଙ୍କ ଦ୍ୱାରା ଦୁଇଛାତ୍ରଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି। କିନ୍ତୁ ଆଉ ଜଣେ ଛାତ୍ର ଏ ପର୍ଯ୍ୟନ୍ତ ନିଖୋଜ ରହିଥିବା ସୂଚନା ମିଳିଛି।

ଲାଇଫ୍ ଗାର୍ଡ ନରହିବା କାରଣରୁ ଏହା ପୂର୍ବରୁ ମଧ୍ୟ ଏଠାରେ ଅନେକ ଅଘଟଣ ଘଟିସାରିଛି। କିଛିଦିନ ତଳେ ଏଠାରେ ଆଉ ତିନିଜଣ ଛାତ୍ର ମଧ୍ୟ ଗାଧୋଉଥିବାବେଳେ ବୁଡ଼ିଯାଇଥିଲେ। ଏଠାରେ ଲାଇଫ୍ ଗାର୍ଡ ନିୟୋଜିତ କରିବା ପାଇଁ ଲୋକମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନାହିଁ ବୋଲି ଅଭିଯୋଗ ହେଉଛି।

Comment