ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଦୀପିକାଙ୍କ ଯେତେବେଳେ ବି କୌଣସି ଫିଲ୍ମ ରିଲିଜ ହେବାକୁ ଥାଏ ସେତେବେଳେ ନିଶ୍ଚୟ କିଛି ନା କିଛି ବିବାଦ ଉପୁଜିଥାଏ। ଫିଲ୍ମ ଛପାକ ରିଲିଜ ପୂର୍ବରୁ ବିବାଦରେ ରହିଥିଲା। ଆସନ୍ତୁ ଜାଣିବା ଦୀପିକାଙ୍କର ପୂର୍ବରୁ କେଉଁ ଫିଲ୍ମ ବିବାଦରେ ରହିଛି।

କକ୍‌ଟେଲ୍‌  

ଏହି ଫିଲ୍ମରେ ଦୀପିକାଙ୍କୁ ବୋଲ୍ଡ ଅବତାରରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ଦୀପିକାଙ୍କ ବୋଲ୍ଡ ଡ୍ରେସକୁ ନେଇ ବିବାଦ ଉପୁଜିଥିଲା।

ଗୋଲିୟୋଁ କି ରାସଲୀଲା ରାମଲୀଲା

ସଞ୍ଜୟ ଲୀଳା ଭଂସାଲିଙ୍କ ଫିଲ୍ମ ଗୋଲିୟୋଁ କି ରାସଲୀଲା ରାମଲୀଲାକୁ ନେଇ ବି ବିବାଦ ହୋଇଥିଲା। ପ୍ରଥମେ ଫିଲ୍ମ ଟାଇଟଲ ରାମଲୀଲା ଥିଲା। ଏହାକୁ ନେଇ ବିବାଦ ହେବାରୁ ଫିଲ୍ମର ଟାଇଟଲ ବଦଳା ଯାଇଥିଲା।

ବାଜିରାଓ ମସ୍ତାନୀ

ଦୀପିକାଙ୍କ ଫିଲ୍ମ ବାଜିରାଓ ମସ୍ତାନି ବି ବିବାଦ ଘେରରେ ରହିଛି। ବାଜିରାଓଙ୍କ ବଂଶଜକୁ ଭୁଲ ଢଙ୍ଗରେ ଦେଖାଯାଇଥିବା ଅଭିଯୋଗ ହୋଇଥିଲା।

ପଦ୍ମାବତ୍‌

୨୦୧୮ରେ ରିଲିଜ ହୋଇଥିବା ପଦ୍ମାବତକୁ ନେଇ ବି ଘୋର ବିବାଦ ହୋଇଥିଲା। ଫିଲ୍ମକୁ ନେଇ ଏତେ ବିବାଦ ହୋଇଥିଲା ଯେ ଲୋକ ଅଭିନେତା ରଣବୀର ସିଂହ, ଦୀପିକାଙ୍କ ହତ୍ୟା କରିବାକୁ ଧମକ ଦେଇଥିଲେ।

Comment