ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଖାଲି ପଡ଼ିଥିବା ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ସୁବାସ ସିଂହ, ମୁନା ଖାଁ, ସୁଜିତ୍ କୁମାର ଏବଂ ମମତା ମହନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେଡି।
ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ହେଲେ ରମେଶ ଚ୍ୟାଉ ପଟ୍ଟନାୟକ। ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ସୁବାସ ସିଂହ।
ସ୍ପେଶାଲ ଡେଭେଲପମେଣ୍ଟ କାଉନ୍ସିଲର ଉପଦେଷ୍ଟା ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ହେଉଥିଲା।
୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। ଖାଲି ହେଉଥିବା ୫୫ଟି ଆସନ ମଧ୍ୟରୁ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ରହିଛି।ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଏନେଇ ଶୁକ୍ରବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୩ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ।














